କରୋନା କାହାଣୀ; ସଞ୍ଜୁଲତାଙ୍କୁ ଭରସା ଚା’ ଦୋକାନ

ମହାକାଳପଡା: ବାହ କରିଥିଲେ। ଆଜକୁ ୧୨ ବର୍ଷ ତଳେ କୈାଣସି କାରଣରୁ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ସେବେଠାରୁ ସଞ୍ଜୁଲତା ନିଜ ପୈତୃକ ଗ୍ରାମ ନଛିପଡ଼ା ପଟଣାରେ ଦୁଇ ଝିଅଙ୍କୁ ଧରି ରହି ଆସୁଛନ୍ତି। ଦୁଇ ଛୁଆ ଓ ନିଜର ପ୍ରତିପୋଷଣ ପାଇଁ ସ୍ଥାନୀୟ ବିଦ୍ୟାଳୟରେ ପାଚିକା ବୃତ୍ତି ଆପଣେଇ ନେଇଥିଲେ। ପ୍ରଥମେ ପ୍ରଥମେ ତାଙ୍କୁ ୨ ଶହ ଟଙ୍କା ପାରିଶ୍ରମିକ ମିଳୁଥିଲା। ତେବେ ଏହା ଧୀରେ ଧୀରେ ବୃଦ୍ଧି ପାଇ ୧୪ ଶହ ଟଙ୍କାରେ ପହଞ୍ଚିଛି। କରୋନା ପ୍ରଭାବ ବଢିବା ପରେ ଦିର୍ଘ ୯ ମାସ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଫଳରେ ପାଖରେ ଥିବା ସଂଚିତ ଅର୍ଥ ସରିବାକୁ ଲାଗିଲା। ଅପରପକ୍ଷେ ଦୁଇ ଝିଅ ଏବେ କଲେଜରେ ପଢୁଛନ୍ତି।

ପରିବାର ଚଳାଇବା ପାଇଁ ସଞ୍ଜୁଲତା ବାଧ୍ୟ ହୋଇ ଗାଁ ମୁଣ୍ତ ଛକରେ ଏକ ଝାଟିମାଟି ଚାଳିଆ ଘରେ ଚା’ ଦୋକାନଟିଏ କରିଛନ୍ତି। ହେଲେ ଏଥିରୁ ଉପାର୍ଜିତ ସ୍ବଳ୍ପ ପଇସାରେ ତିନି ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର ହୋଇପଡୁଛି। କରୋନା ତାଙ୍କ ଦୁଃଖକୁ ବଢାଇ ଦେଇଥିବା ବେଳେ ଯଦି ସରକାରୀ ସ୍ତରରେ ସହଯୋଗ ମିଳିବ ଆଗାମୀ ଦିନରେ ଦୋକାନଟିକୁ ଭଲ ଭାବରେ କରିପାରନ୍ତେ ବୋଲି ସେ ପ୍ରକାଶ କରିଛନ୍ତି।

The post କରୋନା କାହାଣୀ; ସଞ୍ଜୁଲତାଙ୍କୁ ଭରସା ଚା’ ଦୋକାନ first appeared on Sambad.



from ରାଜ୍ୟ – Sambad https://ift.tt/2KLAy29

Post a Comment

0 Comments