ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ, ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧

ଭୁବନେଶ୍ବର: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌’ର ଆୟୋଜନ କରାଯାଉଛି। ଏହାର ଚତୁର୍ଥ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଓଡ଼ିଶାରୁ ଆରମ୍ଭ କରିଥିବା ଏବଂ ଓଡ଼ିଶା ବାହାରେ ପ୍ରସାର ଲାଭ କରିଥିବା ଉଦ୍ୟୋଗ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଶତାଧିକ ଆବେଦନକାରୀଙ୍କ ମଧ୍ୟରୁ ବିଜେତା ନିର୍ଣ୍ଣୟ କରୁଛନ୍ତି ଦେଶର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ସ୍ବନାମଧନ୍ୟ ସ୍ବାଧୀନ ଓ ନିରପେକ୍ଷ ବିଚାରକ। ଏଥିରେ ଓଡ଼ିଶାରୁ ଜନ୍ମ ହୋଇଥିବା ଯେକୌଣସି ସଂସ୍ଥା ଭାଗ ନେଇପାରିବେ ଓ ବିଜେତା ମଧ୍ୟ ହୋଇପାରିବେ। ଆବେଦନ ପାଇଁ ଯୋଗ୍ୟତାର ମାପଦଣ୍ଡ ହେଉଛି ଅତ୍ୟନ୍ତ ସରଳ। ଓଡ଼ିଶାରୁ ଆରମ୍ଭ କରି ଓଡ଼ିଶା ଓ ଓଡ଼ିଶା ବାହାରେ ବ୍ୟବସାୟ କରୁଥିବା ଉଦ୍ୟୋଗଗୁଡ଼ିକ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ।

ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ ପାଞ୍ଚଟି ବର୍ଗରେ ପ୍ରଦାନ କରାଯିବ। ତାହା ହେଉଛି କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (CSR), ବୃହତ ଉଦ୍ୟୋଗ (LARGE), ମଧ୍ୟମ ଉଦ୍ୟୋଗ (MEDIUM), କ୍ଷୁଦ୍ର ଉଦ୍ୟୋଗ (SMALL) ଓ ଇମର୍ଜିଂ/ଷ୍ଟାର୍ଟଅପ୍ (EMERGINGTART-UP)। ଏହି ପୁରସ୍କାର ଆବେଦନ କରିବା ଲାଗି କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଆବେଦନର ଶେଷ ତାରିଖ ହେଉଛି ୨୦୨୧ ଜାନୁଆରି ୬। ଭୁବନେଶ୍ବରର ହୋଟେଲ୍ ମେ’ଫେୟାର୍ରେ ୨୦୨୧ ଜାନୁଆରି ୧୫ରେ ଆୟୋଜନ କରାଯିବ ପୁରସ୍କାର ବିତରଣ ଉତ୍ସବ। ସେହି ଭବ୍ୟ ଉତ୍ସବରେ ଉପରୋକ୍ତ ପାଞ୍ଚଟି ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇଥିବା ୧୫ ଉଦ୍ୟୋଗକୁ ପୁରସ୍କୃତ କରାଯିବ। ଏସଂପର୍କରେ ଅଧିକ ସୂଚନା ପାଇଁ ସଞ୍ଜୟ ଗୌର (ମୋବାଇଲ୍ ନମ୍ବର ୯୬୫୪୧୩୩୩୦୦) ଏବଂ ଜ୍ଞାନ ରଞ୍ଜନ ମହାନ୍ତି (୯୯୩୮୪୪୩୨୨୪)ଙ୍କ ସହିତ ଯୋଗାଯୋଗ କରାଯାଇପାରିବ। ଆଗ୍ରହୀ ଆବେଦନକାରୀମାନେ www.sambadawards.com ଓ www.sambadawards.in ମଧ୍ୟ ପରିଦର୍ଶନ କରି ସବିଶେଷ ବିବରଣୀ ହାସଲ କରିପାରିବେ।

The post ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ, ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧ first appeared on Sambad.



from ରାଜ୍ୟ – Sambad https://ift.tt/34yWDbg

Post a Comment

0 Comments