
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଲିଙ୍କ୍। ଏଠାରେ ସେ କେନ୍ଦୁପତ୍ର ବିଭାଗରେ ସିସିଏଫ ଭାବରେ ଚାକିରି କରୁଥିଲେ। ଏଣୁ ଭିଜିଲାନ୍ସ ବିଭାଗ କେନ୍ଦୁପତ୍ର ସିସିଏଫ କାର୍ଯ୍ୟାଳୟରେ ତନାଘନା କରିଥିଲା। ତାଙ୍କ ସମୟର ଫାଇଲପତ୍ର ସବୁ ଯାଞ୍ଚ କରିଥିଲା। ଆଉ ଏବେ ଫାଇଲ ଭିତରୁ ବାହାର କରିଛି ତଥ୍ୟ। ଏଠାକାର ବ୍ୟାଙ୍କଗୁଡ଼ିକରେ ଅଭୟକାନ୍ତ ପାଠକଙ୍କ ପତ୍ନୀଙ୍କ ଆକାଉଣ୍ଟ ସବୁ ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଏଣୁ ସେହି ସବୁ ଆକାଉଣ୍ଟ କଣ ସବୁ କାରବାର ହୋଇଛି ସେ ଦିଗରେ ଏବେ ଭିଜିଲାନ୍ସ ତଦନ୍ତକୁ ଆଗେଇଛି।
ଆଜି ବଲାଙ୍ଗୀର ଏସବିଆଇ ଏଡିବି ଶାଖାକୁ ଭିଜିଲାନ୍ସର ଅଧିକାରୀମାନେ ଯାଇଥିଲେ। ପାଠକଙ୍କ ପରିବାରର କାହା ସବୁ ନାଁରେ ଆକାଉଣ୍ଟ ରହିଛି କି? ଟଙ୍କା ପଇସା କିଛି କାରବାର ସେହି ବ୍ୟାଙ୍କରେ କରାଯାଇଛି କି? ଏସବୁ ନେଇ ବ୍ୟାଙ୍କ ଅଧିକାରୀଙ୍କ ସହ ଭିଜିଲାନ୍ସ ଅଧିକାରୀ ଆଲୋଚନା କରିଥିଲେ। କିଛି ବ୍ୟାଙ୍କ ଡ୍ରାଫ୍ଟ ସେ ଏଡିବି ବ୍ୟାଙ୍କରେ କରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପଟେ ଆଇସିଆଇସିଆଇ ବ୍ୟାଙ୍କକୁ ଭିଜିଲାନ୍ସ ଟିମ ଯାଇ ତଦନ୍ତ କରିଥିବା ଜଣାଯାଇଛି।
ଆଇଏଫଏସ ଶ୍ରୀ ପାଠକ ବଲାଙ୍ଗୀରରେ ଥିବା ସମୟରେ ତାଙ୍କ ଝିଅ ବାହାର ରାଜ୍ୟର ବୁଦ୍ଧା ଇନଷ୍ଟିଚ୍ୟୁଟ ଟେକନିକାଲ ସାଇନ୍ସରେ ପାଠ ପଢୁଥିଲେ। ବିହାରକୁ ବି ବହୁବାର ପାଠକ ଯାଉଥିଲେ। ଝିଅର ପାଠପଢ଼ା ପରେ ତାଙ୍କୁ ନିଜ ଗାଁକୁ ଯାଇ ବିବାହ କରାଇଥିଲେ। ସେ ସମୟରେ ସେ ୨୧ ଲକ୍ଷ ଟଙ୍କାର ଜିପିଏଫ ଉଠାଇଥିଲେ। ଅନ୍ୟପଟେ କେନ୍ଦୁପତ୍ର ସର୍କଲରେ ତାଙ୍କ ଦୁର୍ନୀତିର କାରନାମା ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି। ତାଙ୍କ ସମୟରେ ଫଡ଼ି ପୋଡ଼ି ଆରମ୍ଭ ହୋଇଥିଲା। ମାଓବାଦୀମାନେ ପତ୍ରଫଡ଼ିରେ ନିଆଁ ଲଗାଇ ଦେଉଥିଲେ ବୋଲି ବିଭାଗ କହୁଥିଲା। ହେଲେ ସେ ସମୟରେ ପୁଲିସ ବିଭାଗ ତଦନ୍ତ କରି ବିଭାଗୀୟ କର୍ମଚାରୀଙ୍କ ହାତ ଥିବା ବି ଜାଣିଥିଲା। କେନ୍ଦୁପତ୍ର ଚୋରାଚାଲାଣ ପାଇଁ ସବୁ କାରବାର କରାଯାଉଥିଲା ବୋଲି ସନ୍ଦେହ ହେଉଥିଲା। କେନ୍ଦୁପତ୍ର ଚୋରାଚାଲାଣ ବହୁ ବର୍ଷ ହେଲା ଚାଲିଆସିଛି। ବାର୍ଷିକ ପ୍ରାୟ ୧୨୦କୋଟି ଟଙ୍କା ଅପରେସନାଲ ସିଜନରେ ଆସୁଥିଲା। ସେହି ଟଙ୍କା ବିଭିନ୍ନ ଡିଭିଜନକୁ ଯାଉଥିବା ବେଳେ ଆଇଏଫଏସ ପାଠକଙ୍କ ବି ପିସି ସେଥିରେ ରହୁଥିଲା। କୋଟି କୋଟି ଟଙ୍କା ଦୁର୍ନୀତିରେ ପାଠକଙ୍କ ଲିଙ୍କ ସବୁ ରହିଥିବା ଚର୍ଚ୍ଚା ହେଉଛି।
The post ପ୍ରଦୀପ-ପାଠକ ଲିଙ୍କ୍ : ବ୍ୟାଙ୍କରେ ଭିଜିଲାନ୍ସର ତନାଘନା first appeared on Sambad.
from ରାଜ୍ୟ – Sambad https://ift.tt/36Jv6W7
0 Comments