ସୁବର୍ଣ୍ଣପୁରରେ ପିଇଓ ଏବଂ ରାୟଗଡ଼ାରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସୁବର୍ଣ୍ଣପୁର/ ରାୟଗଡ଼ା:  ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତ ଇଓ ଦୁର୍ଯ୍ୟୋଧନ ମେହେରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବାର ଖବର ମିଳିଛି।

ଏଣେ ଗୁଣୁପୁର ରାସ୍ତା ଓ କୋଠାବାଡ଼ି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢୀଙ୍କ ବ୍ରହ୍ମପୁର ଘରେ ବି ଭିଜିଲାନ୍ସ ଚଢାଉ ଚାଲିଛି। ଉଦ୍ଧବ ପାଢୀଙ୍କ ଗୁଣପୁରସ୍ଥିତ ବାସଭବନ ଓ ଅଫିସରେ ଭିଜିଲାନ୍ସର ଛାନଭିନ ଜାରି ରହିଛି। ତେବେ ଚଢାଉ ସମୟରେ ଶ୍ରୀ ପାଢ଼ୀ ଘରେ ନ ଥିବା କୁହାଯାଉଛି।

ବ୍ରହ୍ମପୁର ଭିଜିଲାନ୍ସର ୫ଟି ଟିମ ଏହି ଚଢ଼ାଉରେ ସାମିଲ ହୋଇଥିବାର ସୂଚନା ରହିଛି। ତାଙ୍କର ବ୍ରହ୍ମପୁର ଘର, ଧରାକୋଟରେ ଥିବା ବ୍ୟାବସାୟିକ ସଂସ୍ଥା, ପୁରୀରେ ଥିବା ଫ୍ଲାଟରେ ବି ଚଢାଉ ଚାଲିଛି। ବ୍ରହ୍ମପୁରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଆଦେଶକ୍ରମେ ଏହି ଚଢାଉ ଜାରି ରହିଛି।

 

The post ସୁବର୍ଣ୍ଣପୁରରେ ପିଇଓ ଏବଂ ରାୟଗଡ଼ାରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ first appeared on Sambad.



from ରାଜ୍ୟ – Sambad https://ift.tt/34Gedul

Post a Comment

0 Comments