
ଭୁବନେଶ୍ବର: ନଭେମ୍ବର ୧୯ରେ ଆୟୁର୍ବେଦ ଡାକ୍ତରଙ୍କୁ ସାଧାରଣ ଅସ୍ତ୍ରୋପଚାର କରିବା ନିମନ୍ତେ ଆଇନସମ୍ମତ ଅନୁମତି ଦିଆଯିବ ବୋଲି କେନ୍ଦ୍ର ସରକାର ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାକୁ ବିରୋଧ କରି ଆସନ୍ତା ୧୧ ତାରିଖରେ ଭାରତୀୟ ଶଲ୍ୟ ଚିକିତ୍ସକ ସଂଘ ଦେଇଥିବା ଆନ୍ଦୋଳନ ଡାକରାରେ ନିଜକୁ ସାମିଲ କରିବା ପାଇଁ ଘୋଷଣା କରିଛି ଓଡ଼ିଶା ରାଜ୍ୟ ଶାଖା। ବର୍ଷ ବର୍ଷ ଧରି ଅସ୍ତ୍ରୋପଚାର କରି ମଧ୍ୟ ଅନେକ ସମୟରେ ଏଲୋପାଥିକ ଡାକ୍ତରମାନେ ଅସ୍ତ୍ରୋପଚାର କରିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଅସ୍ତ୍ରୋପଚାର ବିଷୟରେ କିଛି ଜାଣି ନଥିବା ଜଣେ ଆୟୁର୍ବେଦ ଡାକ୍ତର ଆୟୁର୍ବେଦ ନିଶା ଔଷଧ ଏବଂ ଚିକିତ୍ସା ଉପକରଣ ବିନା କେମିତି ଅସ୍ତ୍ରୋପଚାର କରିପାରିବ। ଏହା ନିରୀହ ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ ନିଶ୍ଚୟ। ତେଣୁ କେନ୍ଦ୍ର ସରକାର ଆୟୁର୍ବେଦ ଔଷଧ ଏବଂ ଚିକିତ୍ସାର ଉନ୍ନତି ପାଇଁ ପଦକ୍ଷେପ ନେବା ସହ ଏଲୋପାଥି ଏବଂ ଆୟୁର୍ବେଦର ମିଶ୍ରଣର ବିଜ୍ଞପ୍ତିକୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରାଯାଇଛି।
ସୂଚନା ମୁତାବକ, ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଶଲ୍ୟତନ୍ତ୍ର ଓ ଶାଲକ୍ୟତନ୍ତ୍ର ଆୟୁର୍ବେଦ ଡାକ୍ତରମାନେ ଅସ୍ତ୍ରୋପଚାର କରିପାରିବେ ବୋଲି ଏଥିରେ କୁହାଯାଇଥିଲା। ସ୍ନାତକୋତ୍ତର ଆୟୁର୍ବେଦ ଶିକ୍ଷା ରେଗୁଲେସନ୍, ୧୦୧୬’କୁ ମଧ୍ୟ ସଂଶୋଧନ କରାଯାଇ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ସେଣ୍ଟ୍ରାଲ କାଉନସିଲ ଅଫ ଇଣ୍ଡିଆନ ମେଡିସିନ ଓ ନୀତି ଆୟୋଗ, ଦେଶର ଆୟୁର୍ବେଦ ଡାକ୍ତରମାନଙ୍କୁ ପ୍ରାୟ ୫୦ପ୍ରକାର ଶଲ୍ୟ ଚିକିତ୍ସା କରିବା ନେଇ ଶିକ୍ଷା ଦେବାକୁ ଅନୁମତି ଦେବାକୁ ଯାଉଛନ୍ତି। ତେବେ ବର୍ଷ ବର୍ଷ ଧରି ଅସ୍ତ୍ରୋପଚାର କରି ମଧ୍ୟ ଅନେକ ସମୟରେ ଏଲୋପାଥିକ ଡାକ୍ତରମାନେ ଅସ୍ତ୍ରୋପଚାର କରିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଅସ୍ତ୍ରୋପଚାର ବିଷୟରେ କିଛି ଜାଣି ନଥିବା ଜଣେ ଆୟୁର୍ବେଦ ଡାକ୍ତର ଆୟୁର୍ବେଦ ନିଶା ଔଷଧ ଏବଂ ଚିକିତ୍ସା ଉପକରଣ ବିନା କେମିତି ଅସ୍ତ୍ରୋପଚାର କରିପାରିବ।

ଓଡିଶା ରାଜ୍ୟ ଶାଖା ପକ୍ଷରୁ କୁହାଯାଇଛି ଯେ, ମାନ୍ୟବର ସୁପ୍ରିମକୋର୍ଟ, ଏଲୋପାଥି ଡାକ୍ତରମାନେ ଆୟୁର୍ବେଦ ଔଷଧ ଏବଂ ଆୟୁର୍ବେଦ ଡାକ୍ତରମାନେ ଏଲୋପାଥି ଔଷଧକୁ ରୋଗୀମାନଙ୍କ ଉପରେ ବ୍ୟବହାର କରିବାକୁ ନିଷେଧ କରିଥିବା ବେଳେ ଆୟୁର୍ବେଦ ଡାକ୍ତରମାନେ କିଭଳି ଅସ୍ତ୍ରୋପଚାର କରିବେ? ଏବଂ ଏହା ନିରୀହ ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ ନିଶ୍ଚୟ। ଏଭଳି ଏଲୋପାଥି ଏବଂ ଆୟୁର୍ବେଦର ମିଶ୍ରଣ ଧୀରେ ଧୀରେ ଦେଶରୁ ଆୟୁର୍ବେଦର ସତ୍ତା ଲୋପ କରିଦେବ। ତେଣୁ କେନ୍ଦ୍ର ସରକାର ଆୟୁର୍ବେଦ ଔଷଧ ଏବଂ ଚିକିତ୍ସାର ଉନ୍ନତି ପାଇଁ ପଦକ୍ଷେପ ନେବା ସହ ଏଲୋପାଥି ଏବଂ ଆୟୁର୍ବେଦର ଅପମିଶ୍ରଣର ବିଜ୍ଞପ୍ତିକୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରାଯାଇଛି।
ଏହା ସହ ଏଲୋପାଥି ଏବଂ ଆୟୁର୍ବେଦର ଅପମିଶ୍ରଣକୁ ବିରୋଧ କରି ଆସନ୍ତା ୧୧ତାରିଖରେ ସମସ୍ତ ସରକାରୀ ଏବଂ ବେସରକାରୀ ଡାକ୍ତରମାନେ ଅଣକୋଭିଡ ସେବା ବନ୍ଦ ଡାକରାରେ ଭାରତୀୟ ଶଲ୍ୟ ଚିକିତ୍ସକ ସଂଘ ସହ ଆନ୍ଦୋଳନରେ ନିଜକୁ ସାମିଲ କରିବ ବୋଲି କହିଛି ଓଡିଶା ରାଜ୍ୟ ଶାଖା ।
The post ଆୟୁର୍ବେଦ ଡାକ୍ତର ସାଧାରଣ ଅସ୍ତ୍ରୋପଚାର କରିବା ନେଇ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ବିରୋଧ, ଆସନ୍ତା ୧୧ରେ ଭାରତୀୟ ଶଲ୍ୟ ଚିକିତ୍ସକ ସଂଘର ଆନ୍ଦୋଳନ ଡ଼ାକରା first appeared on Sambad.
from ରାଜ୍ୟ – Sambad https://ift.tt/3lNrDdm
0 Comments