ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର: ଶିକ୍ଷକ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଛତ୍ରପୁର: ଗ୍ୟାସ ସିଲିଣ୍ଡର ଫାଟି ଶିକ୍ଷକ ଗୁରୁତର ହୋଇଥିବାର ଖବର ମିଳିଛି। ଶିକ୍ଷକ ଜଣକ ଗଞ୍ଜାମ ହାଇସ୍କୁଲର ରବୀନ୍ଦ୍ର ନାଥ ନେପାକ (୪୬) ବୋଲି ଜଣାଯାଇଛି।
ସେ ଛତ୍ରପୁର ନୂଆ ପୁଲିସ ଲାଇନ ସ୍ଥିତ ରାମକୃଷ୍ଣ ନଗର ସାହିର ଉପେନ୍ଦ୍ର ତ୍ରିପାଠୀଙ୍କ ଉପର ମହଲାରେ ଭଡ଼ାରେ ରହୁଥିଲେ। ରବୀନ୍ଦ୍ର ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟିବାରୁ ଏହି ଦୁର୍ଘଟଣା ଘଟିଛି। ରବୀନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଆଘାତ ଲାଗିଥିବା ହେତୁ ରବୀନ୍ଦ୍ରଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି।


ତେବେ ସେହି ସମୟରେ ପତ୍ନୀ ଏବଂ ପିଲାମାନେ ଘର ବାହାରେ ଥିବା ଯୋଗୁଁ ସେମାନେ ଦୁର୍ଘଟଣାରୁ ବର୍ତ୍ତିଯାଇ ଥିଲେ। ଏଣେ ଘରର ବେଡରୁମ, ରୋଷେଇ ଘର ଏବଂ ଡାଇନିଂ ରୁମରେ ଥିବା ସମସ୍ତ ଆସବାବପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା। ଏହି ଘଟଣାକୁ ନେଇ ପଡ଼ୋଶୀମାନେ ଭୟଭୀତ ହୋଇପଡ଼ିଥିଲେ।
ଖବର ପାଇ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

 

The post ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର: ଶିକ୍ଷକ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି first appeared on Sambad.



from ରାଜ୍ୟ – Sambad https://ift.tt/3nXpdLn

Post a Comment

0 Comments