ପରୀ ହତ୍ୟାକାଣ୍ଡ ମାମଲା: ଯଦୁପୁରରେ ପୁଲିସ୍ ଛାଉଣି, ଗାଁ ଦାଣ୍ଡରେ କାନ୍ଦିଲେ ଅଭିଯୁକ୍ତର ମା’

ନୟାଗଡ଼: ବହୁଚର୍ଚ୍ଚିତ ନାବାଳିକା ପରୀ ହତ୍ୟାକାଣ୍ଡ ମାମଲାରେ ଯଦୁପୁର ଗ୍ରାମର ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀକୁ ପୋକସୋ କୋର୍ଟରେ ହାଜର କରାଇବା ପୂର୍ବରୁ ତାର ପରିବାର ସହ ଏସ ଆଇଟି ଭେଟ କରାଇବାକୁ ଆଣୁଥିବାର ସୂଚନା ମିଳିଛି। ଗାଁ ଦାଣ୍ଡରେ ସରୋଜର ମା’ ଓ ଭଉଣୀ ଥିବା ଜଣାଯାଇଛି। ପୂରା ଘଟଣାର ଡେମୋ ପ୍ରଦର୍ଶନ ଲାଗି ଅଭିଯୁକ୍ତକୁ ଆଜି ଏସ୍ଆଇଟି ପକ୍ଷରୁ ଯଦୁପୁରକୁ ଅଣାଯାଇଥିବା କୁହାଯାଉଛି। ଏଣେ ଗାଁ ଦାଣ୍ଡରେ ବାହୁନି ବାହୁନି ଅଭିଯୁକ୍ତର ମା’ କାନ୍ଦୁଥିବାର ଦେଖିବାକୁ ମିଳୁଛି।


ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ପରୀ ମାମଲାର ତଦନ୍ତ କରୁଥିବା ଏସ୍ଆଇଟି ଅଭିଯୁକ୍ତର ଗିରଫ ନେଇ ତାଙ୍କର ମା ଓ ଭଉଣୀକୁ ସୂଚନା ଦେଇଥିଲେ। ଏସ୍ଆଇଟିର କିଛି ଅଧିକାରୀ ଯଦୁପୁରରେ ଅଭିଯୁକ୍ତର ଘରେ ପହଞ୍ଚି, ଅଭିଯୁକ୍ତ ନାବାଳକ ଥିବାରୁ ପରିବାରକୁ ନ୍ୟାୟିକ ପ୍ରକ୍ରିୟାରେ ସହଯୋଗ କରିବାକୁ ବୁଝାଇଥିଲେ। ତେବେ ଭାଇର ଏଭଳି ଗିରଫଦାରିକୁ ଭଉଣୀ ବିଶ୍ବାସ କରିପାରିନାହିଁ। କାନ୍ଦି କାନ୍ଦି ତାଙ୍କ ଭାଇ ଏଭଳି କାର୍ଯ୍ୟ କରିନଥିବା ଏସ୍ଆଇଟିକୁ କହୁଥିବା ଦେଖିବାକୁ ମିଳିଥିଲା। ଅଭିଯୁକ୍ତ ଛାତ୍ରର ବାପାଙ୍କର କିଛି ବର୍ଷ ତଳେ ମୃତ୍ୟ ଘଟିଥିବା ବେଳେ, ମା ଜଣେ ଆଶାକର୍ମୀ। ମା ହିଁ ଘର ଚଳାଉଥିଲେ।

The post ପରୀ ହତ୍ୟାକାଣ୍ଡ ମାମଲା: ଯଦୁପୁରରେ ପୁଲିସ୍ ଛାଉଣି, ଗାଁ ଦାଣ୍ଡରେ କାନ୍ଦିଲେ ଅଭିଯୁକ୍ତର ମା’ first appeared on Sambad.



from ରାଜ୍ୟ – Sambad https://ift.tt/37BCYd1

Post a Comment

0 Comments