ବ୍ରହ୍ମପୁର: ଗତ ମେ ମାସରେ ଗଞ୍ଜାମ ଜିଲ୍ଲାର କେ ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗ୍ରାମରେ ଘଟିଥିବା ପ୍ରମୋଦିନୀ ନାଇକ ହତ୍ୟା ମାମଲାର ହତ୍ୟାକାରୀକୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୁଲିସ୍। ଗିରଫ ଅଭିଯୁକ୍ତର ନାଆଁ ପ୍ରକାଶ ବେହେରା। ଏନେଇ ମଧ୍ୟାହ୍ନ ୧୨ଟାରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଷଦ ବିବରଣୀ ଦେବେ ବୋଲି ସୂଚନା ମିଳିଛି। ଆସାମୀକୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଆହୁରି ବି ଘୋଷଣା କରାଯାଇଥିଲା ଯେ ସୂଚନାଦାତାଙ୍କ ନାମ ସଂପୂର୍ଣ୍ଣ ଗୋପନ ରଖାଯିବ।

ଉଲ୍ଲେଖଯୋଗ୍ୟ, ଗତ ମେ ୧୦ ତାରିଖରେ ଗଞ୍ଜାମ ଜିଲ୍ଲାର କେ ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗ୍ରାମର ପ୍ରମୋଦିନୀ ନାଇକ(୨୨)ଙ୍କୁ ହତ୍ୟା କରାଯାଇ ଯୋଡ଼ା ନଦୀରେ ଫିଙ୍ଗା ଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ କେ ନୂଆଗାଁ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା।
ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିମାନେ ଏଯାବତ୍ ଧରା ନପଡ଼ିବା କାରଣରୁ ଏହି ଘଟଣାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେବାକୁ ସୂଚନାଦାତା ବ୍ରହ୍ମପୁର ଏସ୍ପି (ମୋବାଇଲ୍ ନଂ- ୭୦୦୮୩୮୫୫୯୯), ଅତିରିକ୍ତ ଏସ୍ପି(ମୋବାଇଲ୍ ନଂ-୯୩୩୭୪୩୭୩୨୭), ଚିକିଟି ଏସ୍ଡିପିଓ (ମୋବାଇଲ୍ ନଂ-୭୦୦୮୩୦୫୩୪୮) ଓ କେ ନୂଆଗାଁ ଥାନା ଆଇଆଇସି (ମୋବାଇଲ୍ ନଂ-୭୦୦୮୭୬୦୮୦୧)ରେ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଥିଲା।
The post ବହୁଚର୍ଚ୍ଚିତ ପ୍ରମୋଦିନୀ ନାଇକ ହତ୍ୟା ମାମଲାର ଅଭିଯୁକ୍ତକୁ ଧରିଲା ବ୍ରହ୍ମପୁର ପୁଲିସ୍ first appeared on Sambad.
from ରାଜ୍ୟ – Sambad https://ift.tt/3aPdWZT
0 Comments