
ଭୁବନେଶ୍ୱର : ଦେଶର ସମ୍ବିଧାନର ଧାରା ୩୦୯ରେ ପ୍ରଦାନ କରାଯାଇଥିବା କ୍ଷମତାକୁ ବ୍ୟବହାର କରି ଓଡ଼ିଶା ପ୍ରଶାସନିକ ସେବା (ପଦୋନ୍ନତି ପାଇଁ ମାନଦଣ୍ଡ) ନିୟମ, ୧୯୯୨ରେ ରାଜ୍ୟପାଳ ଗଣେଶୀ ଲାଲ କେତେକ ସଂଶୋଧନ କରିଛନ୍ତି। ଏହା ଓଡ଼ିଶା ପ୍ରଶାସନିକ ସେବା (ପଦୋନ୍ନତି ପାଇଁ ମାନଦଣ୍ଡ) ସଂଶୋଧନ ନିୟମ, ୨୦୨୦ ଭାବେ ପରିଚିତ ହେବ। ଓଡ଼ିଶା ଗେଜେଟ୍ରେପ ପାଇବା ତାରିଖଠାରୁ ଏହା କାର୍ଯ୍ୟକାରୀ ହେବ।
ଓଡ଼ିଶା ପ୍ରଶାସନିକ ସେବା (ପଦୋନ୍ନତି ପାଇଁ ମାନଦଣ୍ଡ) ନିୟମ, ୧୯୯୨ର ନିୟମ-୩, ଧାରା ସିରେ ‘ତିନି ବର୍ଷ’ ଓ ‘ପାଞ୍ଚ ବର୍ଷ’ ଶବ୍ଦ ସ୍ଥାନରେ ସଂଖ୍ୟାରେ ‘୩୬ ମାସ’ ଏବଂ ‘୬୦ ମାସ’ ଭର୍ତି କରାଯାଇଛି। ନୋଟ୍-୨କୁ ଉଚ୍ଛେଦ କରାଯାଇଛି। ପିଏଆର୍, ଭିଜିଲାନ୍ସ ରିପୋର୍ଟ, ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ କାଗଜପତ୍ର ଏବଂ ଅନ୍ୟାନ୍ୟ ଗୋପନୀୟ ରିପୋର୍ଟ ଦାଖଲରେ ହେଉଥିବ ବିଳମ୍ବକୁ ରୋକିବା ଲାଗି ତାହାକୁ ଅନ୍ଲାଇନ୍ରେ ଦାଖଲ କରିବାର ବ୍ୟବସ୍ଥା କରାଯାଇଛି। ଗ୍ରୁପ୍-ଡି କର୍ମଚାରୀଙ୍କ କ୍ଷେତ୍ରରେ ଏହି ସବୁ ରିପୋର୍ଟର ଆବଶ୍ୟକତା ନାହିଁ। ନିଯୁକ୍ତି ନିୟମରେ ଥିବା ଆବାସିକ ଅବଧିକୁ ବିଚାରକୁ ନେଇ ପ୍ରତିବର୍ଷର ଚୟନ ନଭେମ୍ବର ମାସରେ ଅନୁଷ୍ଠିତ ହେବ ଏବଂ ଚୟନ ତାଲିକା ଡିସେମ୍ବର ମାସରେ ପ୍ରସ୍ତୁତ କରାଯିବ।
The post ଓଡ଼ିଶା ପ୍ରଶାସନିକ ସେବା ପଦୋନ୍ନତି ପାଇଁ ମାନଦଣ୍ଡ ନିୟମରେ ସଂଶୋଧନ first appeared on Sambad.
from ରାଜ୍ୟ – Sambad https://ift.tt/2Jy2XbM
0 Comments