
ଭୁବନେଶ୍ୱର: ଚାର୍ଟର ବିମାନ ଭଡା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଆକାଶ ପାଠକଙ୍କର ୪ଦିନିଆ ରିମାଣ୍ଡ ସରିବା ପରେ ତାଙ୍କୁ ଜେଲ ପଠାଇଦିଆଯାଇଛି | ଆଉ ପୁଅ ଆକାଶ ପାଠକଙ୍କ ପରେ ବାପା ତଥା ଆଇଏଫଏସ ଅଧିକାରୀ ଅଭୟକାନ୍ତ ମଧ୍ୟ ଦୁଇଦିନିଆ ରିମାଣ୍ଡରେ ଯିବେ | ଅଭୟକାନ୍ତଙ୍କୁ ଦୁଇ ଦିନ ରିମାଣ୍ଡରେ ନେବା ପାଇଁ ପୁଲିସକୁ ଭୁବନେଶ୍ୱର ଏସଡ଼ିଜେଏମ କୋର୍ଟ ଅନୁମତି ଦେଇଛନ୍ତି ।
ଚାର୍ଟର ବିମାନ ଭଡା ଠକେଇ ମାମଲାରେ ଅଭୟକାନ୍ତଙ୍କୁ ରିମାଣ୍ଡରେ ନେବାପାଇଁ ଖାରବେଳ ନଗର ଥାନା ପୁଲିସ ଆବେଦନ କରିଥିଲା । ୬୫ ଲକ୍ଷ ଟଙ୍କା ଠକେଇ ଘଟଣାର ତଥ୍ୟ ପ୍ରମାଣ ଯୋଗାଡ଼ କରିବ ଖାରବେଳନଗର ଥାନା ପୁଲିସ | ସୂଚନା ଥାଉ କି ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲ୍ ଯିବା ପୂର୍ବରୁ ୧୯୮୭ ବ୍ୟାଚ୍ର ଆଇଏଫ୍ଏସ୍ ଅଫିସର୍ ଶ୍ରୀ ପାଠକ ଅତିରିକ୍ତ ପିସିସିଏଫ୍ ଭାବେ କାର୍ଯ୍ୟ କରୁଥିଲେ।
ଭିଜିଲାନ୍ସ ଦ୍ବାରା ଗିରଫ ହେଲା ପରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବନ କରିଥିଲେ। ବର୍ତ୍ତମାନ ସୁଦ୍ଧା ତାଙ୍କ ଠାରୁ ୨୦ କୋଟି ଟଙ୍କାରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି। ଶ୍ରୀ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା ବେଳେ ତାଙ୍କ ପୁଅ ଆକାଶ ପାଠକଙ୍କୁ କ୍ରାଇମ୍ବ୍ରାଞ୍ଚ୍ ଗିରଫ କରିଛି। ଆଉ ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି |
The post ପୁଅ ଆକାଶଙ୍କ ପରେ ଦୁଇ ଦିନିଆ ରିମାଣ୍ଡରେ ଯିବେ ବାପା ଅଭୟକାନ୍ତ first appeared on Sambad.
from ରାଜ୍ୟ – Sambad https://ift.tt/3awEYou
0 Comments