ବିଶିଷ୍ଟ ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ର ଗୁରୁତର ଅସୁସ୍ଥ

ଭୁବନେଶ୍ବର : ବିଶିଷ୍ଟ ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ର ଗୁରୁତର ଅସୁସ୍ଥ ହୋଇ କେୟାର ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଗତ ଶୁକ୍ରବାରଠାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ଗତକାଲି ରାତିରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ପରିବାର ସଦସ୍ୟ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଛନ୍ତି। ଆକ୍ୟୁଟ୍‌ ନିମୋନିଆ ରୋଗରେ ପୀଡ଼ିତ ହୋଇଥିବା ବେଳେ ସେ ଏବେ କ୍ରିଟିକାଲ୍‌ କେୟାର୍‌ ୟୁନିଟ୍‌ରେ ଚିକିତ୍ସିତ ହେଉଛନ୍ତି ବୋଲି ଶ୍ରୀ ମହାପାତ୍ରଙ୍କ ଭାଇ ତଥା ଜଣାଶୁଣା କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର ସୂଚନା ଦେଇଛନ୍ତି। ଏଥିସହ ତାଙ୍କ କିଡ୍‌ନି ବି କାମ କରୁନଥିବା ସୂଚନା ମିଳିଛି। ଲଗାତାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗୁଡ଼ୁଥିବା ବେଳେ ଏକ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଛନ୍ତି। ଏହାଛଡ଼ା ସେ ଉଚ୍ଚ ରକ୍ତଚାପ ଓ ମଧୁମେହ‌ରେ ପୀଡ଼ିତ ଥିବା ଜଣାପଡ଼ିଛି।

The post ବିଶିଷ୍ଟ ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ର ଗୁରୁତର ଅସୁସ୍ଥ first appeared on Sambad.



from ରାଜ୍ୟ – Sambad https://ift.tt/37T9XJF

Post a Comment

0 Comments