ଅନୁଭବ-ବର୍ଷା ବିବାଦ: ଆପୋସ ଆଲୋଚନାରୁ ବାହାରିଲାନି ନିଷ୍କର୍ସ

ନୂଆଦିଲ୍ଲୀ: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଛାଡ଼ପତ୍ର ମାମଲାରେ ଆପୋସ ବୁଝାମଣା ନିମନ୍ତେ ମଧ୍ୟସ୍ଥତା (ମେଡିଏସନ୍‌)ରେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ସ ବାହାରିପାରିନାହିଁ। ଆଜି ସୁପ୍ରିମକୋର୍ଟଙ୍କ ମେଡିଏସନ ସେଣ୍ଟରରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହୋଇଥିବା ଆପୋସ ବୁଝାମଣା ଅସମ୍ପୂର୍ଣ୍ଣ ରହିଥିବାର ଜଣାପଡ଼ିଛି। ଆସନ୍ତାକାଲି ଦୁଇପକ୍ଷର ଓକିଲମାନେ ଅପରାହ୍ନ ୪.୩୦ ମିନିଟ୍‌ରେ ପୁଣିଥରେ ଆପୋସ ଆଲୋଚନା କରିବେ।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୬ରେ ବିଚାରପତି ହୃଷିକେଶ ରାୟଙ୍କ ଖଣ୍ଡପୀଠ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ମଧ୍ୟସ୍ଥତା କେନ୍ଦ୍ର ଜରିଆରେ ଆପୋସ ବୁଝାମଣା କିପରି କାରଯାଇପାରିବ, ସେ ନେଇ ପ୍ରସ୍ତାବ ଦେଇଥିଲେ। ତଦନୁଯାୟୀ ଆଜି ସୁଦ୍ଧା ୫ ଥର ଆପୋସ ଆଲୋଚନା କରାଯାଇଛି।

The post ଅନୁଭବ-ବର୍ଷା ବିବାଦ: ଆପୋସ ଆଲୋଚନାରୁ ବାହାରିଲାନି ନିଷ୍କର୍ସ first appeared on Sambad.



from ରାଜ୍ୟ – Sambad https://ift.tt/3mvwLnE

Post a Comment

0 Comments