ମନୋଜ ଦାସଙ୍କ ପାଇଁ ପୁଡୁ‌ଚେରିରେ ଓଡ଼ିଶା ଡାକ୍ତର

ଭୁବନେଶ୍ବର: ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ସାହିତ୍ୟିକ ପଦ୍ମଶ୍ରୀ ମନୋଜ ଦାସଙ୍କ ସ୍ବାସ୍ଥ୍ୟାବାସ୍ଥା ସଂପର୍କରେ ଅନୁସନ୍ଧାନ କରିବା ଲାଗି ରାଜ୍ୟ ସରକାର ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର୍‌ ଡା. ବିରଞ୍ଚି ନାରାୟଣ ମହାପାତ୍ରଙ୍କୁ ପୁଡୁଚେରି ପଠାଇଛନ୍ତି। ସେ ପୁଡୁଚେରି ଅରବିନ୍ଦ ଆଶ୍ରମସ୍ଥିତ ନର୍ସିଂହୋମ୍‌‌ରେ ଚିକିତ୍ସିତ ହେଉଥିବା ଶ୍ରୀ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି। ସେଠାରୁ ଫେରିଲା ପରେ ଏ ସଂକ୍ରାନ୍ତ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ବୋଲି ଡିଏମ୍‌ଇଟି ପ୍ରଫେସର୍‌ ଡା. ସିବିକେ ମହାନ୍ତି କହିଛନ୍ତି। ବାର୍ଦ୍ଧକ୍ୟଜନିତ ଅସୁସ୍ଥ ସାଙ୍ଗକୁ ହାଡ଼ ଭାଙ୍ଗିଯିବା ଯୋଗୁଁ ଯଶସ୍ବୀ ଲେଖକ ଶ୍ରୀ ଦାସ ପ୍ରାୟ ୩ ମାସ ହେଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଉନ୍ନତ ଚିକିତ୍ସା ଲାଗି କିଛି ଦିନ ତଳେ କେନ୍ଦ୍ର ସରକାର ଏକ ଡାକ୍ତରୀ ଟିମ୍‌କୁ ଦାୟିତ୍ବ ଦେଇଥିଲେ।

The post ମନୋଜ ଦାସଙ୍କ ପାଇଁ ପୁଡୁ‌ଚେରିରେ ଓଡ଼ିଶା ଡାକ୍ତର first appeared on Sambad.



from ରାଜ୍ୟ – Sambad https://ift.tt/3oXaCja

Post a Comment

0 Comments