
ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ମହିପୁର ଅଞ୍ଚଳରେ କରେଣ୍ଟ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଜଣଙ୍କ ହେଲେ ଖୋଷାକଟା ଗ୍ରାମର ପଦ୍ମଲୋଚନ ସାହୁ (୨୫)। ରାମଚଣ୍ଡୀ ମନ୍ଦିର ନିକଟରେ ଗତକାଲି ପଦ୍ମଲୋଚନ ଏକ ପ୍ଲାଏ ଦୋକାନ ଆରମ୍ଭ କରିଥିଲେ। ଆଜି ସକାଳୁ ସେ ଦୋକାନ ସଟର ଖୋଲୁଥିବା ବେଳେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ନୂଆଗାଁ ପୁଲିସ ସେଠାରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିବା ଆଇଆଇସି ଶରତଚନ୍ଦ୍ର ପାତ୍ର କହିଛନ୍ତି। ଯୁବକଙ୍କ ଶବ ବ୍ୟବଚ୍ଛେଦ ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି। ତେବେ ବିଦ୍ୟୁତ କନେକସନରେ ତ୍ରୁଟି ପାଇଁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।
The post ସଟର ଖୋଲୁଥିବା ବେଳେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ first appeared on Sambad.
from ରାଜ୍ୟ – Sambad https://ift.tt/2Ijf0td
0 Comments