
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିଛି। କୁଟୁର ଜଙ୍ଗଲରେ ପୁଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିବା ବେଳେ ପୁଲିସର ଏନକାଉଣ୍ଟରରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ବିଜାପୁର ଏସପି କମଲୋଚନ କାଶ୍ୟପ। ଡିଆରଜି ପୁଲିସର ଅପରେସନ ବେଳେ ଏହି ସଫଳତା ମିଳିଛି।
ମୃତ ମାଓବାଦୀର ନାଁ ସନ୍ତୋଷ ପୋଡ଼ିଆମୀ। ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୁଲିସ। ତେବେ ଏହି ଗୁଳିବିନିମୟରେ ଅଧିକ ମାଓବାଦୀ ମୃତାହତ ହୋଇଥିବା ଆଶଙ୍କାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ପୁଲିସ ସନ୍ତୋଷକୁ ଧରିବା ପାଇଁ ୧ଲକ୍ଷ୍ୟ ଟଙ୍କା ପୁରସ୍କାର ରଖିଥିଲା। ମାଓ କମାଣ୍ଡର ସନ୍ତୋଷ ପୁଲିସ ଏଏସଆଇ ମୃତ୍ୟୁ ଘଟଣା ସହ ଅନେକ ହିଂସାକାଣ୍ଡରେ ଜଡ଼ିତ ଥିଲା ।
The post କୁଟୁର ଜଙ୍ଗଲରେ ପୁଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ: ମାଓ କମାଣ୍ଡର ମୃତ, ବିସ୍ପୋରକ ସାମଗ୍ରୀ ଜବତ first appeared on Sambad.
from ରାଜ୍ୟ – Sambad https://ift.tt/3l3d2Kx
0 Comments