
ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘମ୍ଟା ମଧ୍ୟରେ ଆଉ ୯୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୫୨୩ ଜଣଙ୍କୁ ଚିହ୍ନଟ କରାଯାଇଛି। ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୩୭୯ ରହିଛି। ଏଥିସହିତ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୭ ହଜାର ୯୦୬ ଛୁଇଁଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ରାଜ୍ୟରେ ସର୍ବାଧିକ ସଂକ୍ରମଣ ମୟୂରଭଂଜରୁ ଚିହ୍ନଟ ହୋଇଛନ୍ତି। ୮୮ ଜଣଙ୍କ ନିକଟରେ କରୋନା ଭୁତାଣୁ ଠାବ କରାଯାଇଛି। ଖୋର୍ଧା ଜିଲ୍ଲାରେ ଏହି ସଂଖ୍ୟା ୬୮ ରହିଛି। ଅନ୍ୟପକ୍ଷରେ ମୃତ୍ୟୁ ସଂଖ୍ୟା କିନ୍ତୁ ଉପରମୁହାଁ ହୋଇ ରହିଛି। ଆଜି ୧୫ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏଥିସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୦୦ (୧୫୧୦) ଅତିକ୍ରମ କରିଛି।
ସରକାରୀ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୩୯, ବରଗଡ଼ରୁ ୩୭, ଭଦ୍ରକରୁ ୮, ବଲାଙ୍ଗୀରରୁ ୩୭, ବୌଦ୍ଧରୁ ୨୬, କଟକରୁ ୭୦, ଦେବଗଡ଼ରୁ ୨, ଢେଙ୍କାନାଳରୁ ୧୭, ଗଜପତିରୁ ୪, ଗଞ୍ଜାମରୁ ୮, ଜଗତ୍ସିଂହପୁରରୁ ୪୨, ଯାଜପୁରରୁ ୨୫, ଝାରସୁଗୁଡ଼ାରୁ ୨୩, କଳାହାଣ୍ଡିରୁ ୧୬, କନ୍ଧମାଳରୁ ୬, କେନ୍ଦ୍ରାପଡ଼ାରୁ ୩୬, କେନ୍ଦୁଝରରୁ ୫୧, ଖୋର୍ଦ୍ଧାରୁ ୬୮, କୋରାପୁଟରୁ ୧୦, ମାଲାକାନଗିରୁ ୫, ମୟୂରଭଞ୍ଜରୁ ୮୮, ନବରଙ୍ଗପୁରରୁ ୧୫, ନୟାଗଡ଼ରୁ ୧୯, ନୂଆପଡ଼ାରୁ ୨୬, ପୁରୀରୁ ୨୦, ରାୟଗଡ଼ାରୁ ୬, ସମ୍ବଲପୁରରୁ ୪୩, ସୋନପୁରରୁ ୭, ସୁନ୍ଦରଗଡ଼ରୁ ୮୫ ଓ ଷ୍ଟେଟ୍ପୁଲ୍ରୁ ୧୩ ଚିହ୍ନଟ ହୋଇଛନ୍ତି ।
The post ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୦୦ ଡେଇଁଲା first appeared on Sambad.
from ରାଜ୍ୟ – Sambad https://ift.tt/35ttmQh
0 Comments