ଠିକାଦାର ମହାସଂଘର ବିକ୍ଷୋଭ

ଭୁବନେଶ୍ୱର : ରାଜ୍ୟ ସରକାର ଓଡ଼ିଆ ଠିକାଦାରଙ୍କୁ ଉପେକ୍ଷା କରି ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡୁ ଠିକାଦାରଙ୍କୁ ଅନୁକମ୍ପା ଦେଖାଉଛନ୍ତି। ଓଡ଼ିଶା ଠିକାଦାରଙ୍କୁ ୧୪.୯୯ ପ୍ରତିଶତରେ କାମ କରିବାକୁ ବାଧ୍ୟ କରାଯାଉଛି। ବଡ଼କଥା ହେଉଛି କାମ ସବୁ କୋଟି କୋଟି ଟଙ୍କାର ହେଉଛି, ଛୋଟ ହେଉ ନାହିଁ। ଏଣୁ ଓଡ଼ିଆ ଠିକାଦାର ଅବହେଳିତ ହେଉଛନ୍ତି। ଏହାର ପ୍ରତିବାଦରେ ଆଜି ନିଖିଳ ଓଡ଼ିଶା ଠିକାଦାର ମହାସଂଘ ନିର୍ମାଣ ସୌଧ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ମାସେ ଭିତରେ ସରକାର ଏ ନେଇ ନିଷ୍ପତ୍ତି ନେବା ସହ ବଡ଼ ଟେଣ୍ଡରକୁ ଛୋଟ ଛୋଟ ଟେଣ୍ଡରରେ ଭାଗ କରି ଓଡ଼ିଆ ଠିକାଦାରଙ୍କୁ ଅଗ୍ରାଧିକାର ଦେବାକୁ ସଂଘ ଦାବି କରିଛି। ନ ହେଲେ ଆନ୍ଦୋଳନ ହେବ ବୋଲି ସଭାପତି ପ୍ରଭାତ ଦାଶ ଓ ସମ୍ପାଦକ ଭାଗ୍ୟଧର ଦାଶ ସୂଚନା ଦେଇଛନ୍ତି।

The post ଠିକାଦାର ମହାସଂଘର ବିକ୍ଷୋଭ first appeared on Sambad.



from ରାଜ୍ୟ – Sambad https://ift.tt/3ekVRTa

Post a Comment

0 Comments