ଭରତପୁର କୋଇଲା ଖଣିର ସୁରକ୍ଷା କର୍ମୀଙ୍କ ହୃଦଘାତରେ ମୃତ୍ୟୁ

ଅନଗୁଳ: ଅନଗୁଳ ଜିଲ୍ଲାର ତାଳଚେର ଭରତପୁର କୋଇଲା ଖଣିର ଜଣେ ସୁରକ୍ଷା କର୍ମୀଙ୍କର ଆଜି ସକାଳେ ମୃତ୍ୟୁ ଘଟିଥିବା ଜଣାଯାଇଛି। ଉକ୍ତ  ସୁରକ୍ଷା କର୍ମୀଙ୍କର ନାମକ ବିଜୟ ଚୌହାନ। ଆଜି ସକାଳେ ଭରତପୁର କୋଇଲା ଖଣିରେ କାର୍ଯ୍ୟରତ ସମୟରେ ସେ ମୃତ୍ୟୁବରଣ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ସୁରକ୍ଷାକର୍ମୀ ବିଜୟ ଚୌହାନ ବହୁ ବର୍ଷ ହେବ ତାଳଚେର ଅଞ୍ଚଳରେ ରହିଆସୁଛନ୍ତି। ବିଜୟ ଏକ ଚୌକିରେ ବସି ଡିଉଟି କରୁଥିବା ବେଳେ ହଠାତ ମୂର୍ଚ୍ଛା ହୋଇ ପଡ଼ିଥିଲେ। କିଛି ସମୟ ପରେ ତାଙ୍କ ସହଯୋଗୀ ଆସି ଦେଖିବା ପରେ ଜଣା ପଡ଼ିଥିଲା ଯେ ସୁରକ୍ଷାକର୍ମୀ ବିଜୟଙ୍କର ମୃତ୍ୟୁ ହୋଇଛି। ପାଖରେ କାର୍ଯ୍ୟ କରୁଥିବା ସମସ୍ତ ସୁରକ୍ଷା କର୍ମୀ କ୍ଷତିପୂରଣ ଦାବି କରି କାର୍ଯ୍ୟ ବନ୍ଦ କରିଛନ୍ତି। ବିଜୟଙ୍କ ଘର ବାହାର ରାଜ୍ୟରେ ବୋଲି ସୂଚନା ମିଳିଛି।

The post ଭରତପୁର କୋଇଲା ଖଣିର ସୁରକ୍ଷା କର୍ମୀଙ୍କ ହୃଦଘାତରେ ମୃତ୍ୟୁ first appeared on Sambad.



from ରାଜ୍ୟ – Sambad https://ift.tt/3nKMwri

Post a Comment

0 Comments