ମାଟ୍ରିକ ପରୀକ୍ଷା ଫର୍ମ ଫିଲ୍‌ଅପ୍‌ ପ୍ରକ୍ରିୟା ସ୍ଥଗିତ ରହିଲା

ଭୁବନେଶ୍ବର: ଶିକ୍ଷାବର୍ଷ ଆରମ୍ଭ ନହେଉଣୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲ୍‌ଅପ୍‌ ପ୍ରସଂଗ ଜୋର୍‌ ଧରିଥିବା ବେଳେ ଫର୍ମ ଫିଲ୍‌ଅପ୍‌‌ ବିଜ୍ଞପ୍ତିପୁ ପ୍ରତ୍ୟାହାର କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ୯ରୁ ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ଫିଲ୍‌ଅପ୍‌ କରିବାକୁ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲା। ବିଏସ୍‌ଇର ଏହି ବିଜ୍ଞପ୍ତିକୁ ନେଇ ସମାଲୋଚନା ଉପୁଜିଥିଲା। କରୋନା ମହାମାରୀ ପାଇଁ ଯେତେବେଳେ ପାଠ ପଢ଼ା ଠପ୍‌ ହୋଇଛି, ସେଠାରେ ପରୀକ୍ଷା କିପରି ହେବ ବୋଲି ପ୍ରଶ୍ନ ଉଠାଇ ସମାଲୋଚନା କରିଥିଲା ଓଷ୍ଟା। ଶେଷରେ ମାଟ୍ରିକ ପରୀକ୍ଷା ଫର୍ମ ଫିଲ୍‌ଅପ୍‌‌ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି।

 

 

 

The post ମାଟ୍ରିକ ପରୀକ୍ଷା ଫର୍ମ ଫିଲ୍‌ଅପ୍‌ ପ୍ରକ୍ରିୟା ସ୍ଥଗିତ ରହିଲା first appeared on Sambad.



from ରାଜ୍ୟ – Sambad https://ift.tt/38kTGxK

Post a Comment

0 Comments