
ଟ୍ବିଟ୍ କରି ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ କେନ୍ଦ୍ର ମନ୍ତ୍ରୀ
ଭାରତବର୍ଷରେ କୋଭିଡ୍ କଟକଣାକୁ ମାନି ଅନେକ ମନ୍ଦିର ଖୋଲାଗଲାଣି
ଭୁବନେଶ୍ୱର : ରାଜ୍ୟରେ ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ହାତରେ ନିଷ୍ପତ୍ତି ଛାଡ଼ି ଦେଇଛନ୍ତି ରାଜ୍ୟ ସରକାର। ଫଳରେ ମନ୍ଦିର ଖୋଲିବା ନିଷ୍ପତ୍ତି ଝୁଲି ରହିଛି। ମନ୍ଦିର ଖୋଲିବା ପାଇଁ ବିଭିନ୍ନ ମହଲରୁ ଦାବି ଉଠୁଥିଲା ବେଳେ ଆଜି ଏହି ପ୍ରସଙ୍ଗରେ ଟ୍ବିଟ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପବିତ୍ର କାର୍ତ୍ତିକ ମାସରେ କୋଭିଡ୍ କଟକଣାକୁ ମାନି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସମେତ ଓଡ଼ିଶାର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ନିୟନ୍ତ୍ରିତ ଢଙ୍ଗରେ ଖୋଲିବା ପାଇଁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ କାର୍ତ୍ତିକ ମାସ ଆଧ୍ୟାତ୍ମିକ ମାସ ଭାବରେ ସାରା ଓଡ଼ିଶାବାସୀଙ୍କ ପାଖରେ ବେଶ୍ ଆଦୃତ। କାର୍ତ୍ତିକ ମାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀକ୍ଷେତ୍ରରେ ଦର୍ଶନ ପାଇଁ ଭକ୍ତମାନେ ଅପେକ୍ଷାରତ ଥା’ନ୍ତି। ଇତି ମଧ୍ୟରେ ଭାରତବର୍ଷରେ କୋଭିଡ୍ କଟକଣାକୁ ମାନି ଅନେକ ମନ୍ଦିର ଖୋଲାଗଲାଣି। ଲୋକଙ୍କର ବିଶ୍ୱାସ ଓ ଭାବାବେଗକୁ ସମ୍ମାନ ଦେଇ ଶ୍ରୀମନ୍ଦିର ସମେତ ଓଡ଼ିଶାର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ଭକ୍ତମାନଙ୍କ ପାଇଁ ଖୋଲାଯାଉ। ଧାର୍ମିକ ଅନୁଷ୍ଠାନଗୁଡ଼ିକରେ କୋଭିଡ୍ ନିୟମ ପାଳନ କରିବାର ସମସ୍ତ ପ୍ରସ୍ତୁତି ସହ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଉପରେ ଧ୍ୟାନ ଦେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।
The post କୋଭିଡ୍ କଟକଣା ମାନି ଧର୍ମାନୁଷ୍ଠାନ ଖୋଲୁ: ଧର୍ମେନ୍ଦ୍ର first appeared on Sambad.
from ରାଜ୍ୟ – Sambad https://ift.tt/2HUwhZo
0 Comments