
ଭୁବନେଶ୍ୱର : ଠିକ୍ ସମୟରେ ଅଦାଲତଙ୍କ ରାୟକୁ କାର୍ଯ୍ୟକାରୀ କରିବାକୁ ଅଗ୍ରାଧିକାର ଦେବା ଓ ଆବଶ୍ୟକ ସ୍ଥଳେ ଆଇନ ବିଭାଗର ମତାମତ ନେଇ ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଅଧିକାରୀମାନେ ମକଦ୍ଦମାଗୁଡ଼ିକୁ ବିଳମ୍ବରେ ପେସ୍ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ‘ମୋ ସରକାର’ ଅଭିଯାନର ନିର୍ଦ୍ଦେଶାନୁଯାୟୀ ସରକାରୀ କାର୍ଯ୍ୟ କରୁ ନଥିବା ଓ କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କୁ ବରଖାସ୍ତ କରାଯିବ। ଭଲ କାମ କରୁଥିବା ଅଧିକାରୀଙ୍କୁ ସମୟ ଆଗରୁ ପଦୋନ୍ନତି ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।
ବର୍ତ୍ତମାନ ରାଜ୍ୟର ବିଭିନ୍ନ ନ୍ୟାୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୯ ହଜାର ୬୪୪ଟି ମାମଲା ବିଚାରାଧୀନ ରହିଛି। ୨୦୧୮ରୁ ଇଣ୍ଟିଗ୍ରେଟେଡ୍ ଲିଗାଲ୍ ମନିଟରିଂ ସିଷ୍ଟମ୍ (ଆଇଏଲ୍ଏମ୍ଏସ୍) ଜରିଆରେ ବିଭିନ୍ନ କେସଗୁଡ଼ିକରେ ରିଅଲ୍ ଟାଇମ୍ ଷ୍ଟାଟସ୍, ବ୍ଲକ୍ ଶିକ୍ଷା ଅଧିକାରୀଙ୍କଠାରୁ ବିଭାଗ ପର୍ଯ୍ୟନ୍ତ ଅପ୍ଡେଟ୍ କରାଯାଉଛି। ଏହି ସମୟୋଚିତ ପଦକ୍ଷେପ ଯୋଗୁଁ ବିଭାଗର ମାମଲା ସଂଖ୍ୟା ମାତ୍ର ଦୁଇ ବର୍ଷ ମଧ୍ୟରେ ୬୫ ହଜାରରୁ ୨୯ ହଜାର ୬୪୪କୁ ହ୍ରାସ କରାଯାଇ ପାରିଛି। ଗତ ସପ୍ତାହରେ କିଛି ଅଧିକାରୀଙ୍କ ଅବହେଳା ଯୋଗୁଁ ଅଦାଲତ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇ ସଚିବ ଶ୍ରୀ ସାହୁ ସମସ୍ତ ବିଭାଗୀୟ ପଦାଧିକାରୀ, ସରକାରୀ ଓକିଲ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ସାପ୍ତାହିକ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହି ଅନୁସାରେ ଗତ ନଭେମ୍ବର ୮ରେ ଭର୍ଚୁଆଲ୍ ମୋଡ୍ରେ ଏକ ବୈଠକ ହୋଇଥିଲା।
The post ଅଦାଲତରେ ୩୦ ହଜାର ମାମଲା, ମକଦ୍ଦମାର ସ୍ଥିତି ସମୀକ୍ଷା କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ first appeared on Sambad.
from ରାଜ୍ୟ – Sambad https://ift.tt/32vXusn
0 Comments