ଟେଲି-ଆଇନରେ ନୂଆ ମାଇଲଖୁଣ୍ଟ : ୪ ଲକ୍ଷ ହିତାଧିକାରୀଙ୍କୁ ମିଳିଲା ଆଇନଗତ ପରାମର୍ଶ

ନୂଆଦିଲ୍ଲୀ : ଗତ ଅକ୍ଟୋବର ୩୦ ତାରିଖ ସୁଦ୍ଧା ଟେଲିଆଇନ୍‌ ଏକ ନୂଆ ମାଇଲଖୁଣ୍ଟ ଛୁଇଁଛି। କମନ୍‌ ସର୍ଭିସ ସେଣ୍ଟର ବା ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ୪ ଲକ୍ଷ ହିତାଧିକାରୀଙ୍କୁ ଏହି ପ୍ରୟାସରେ ଆଇନଗତ ସହାୟତା ପ୍ରଦାନ କରାଯାଇଛି । ଯୋଜନା ଆରମ୍ଭ କାଳରୁ ୨୦୨୦ ଏପ୍ରିଲ ସୁଦ୍ଧା ଏହି ବ୍ୟବସ୍ଥାରେ ମୋଟ ୧.୯୫ ଲକ୍ଷ ହିତାଧିକାରୀଙ୍କୁ ଏଭଳି ପରାମର୍ଶ ପ୍ରଦାନ କରାଯାଇଥିଲା । ଚଳିତ ଆର୍ଥିକବର୍ଷର ପ୍ରଥମ ୭ ମାସ ମଧ୍ୟରେ ୨.୦୫ ଲକ୍ଷ ହିତାଧିକାରୀଙ୍କୁ ପରାମର୍ଶ ପ୍ରଦାନ କରାଯାଇଛି ।

୨୦୧୭ ମସିହାରେ କେନ୍ଦ୍ର ସରକାର ଟେଲି ଆଇନ୍‌ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ଆଇନରେ ବିଭିନ୍ନ ବିବାଦୀୟ ମାମଲା ଗୁଡ଼ିକର ସମାଧାନ କରାଯବାର ବ୍ୟବସ୍ଥା ରହିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭିଡିଓ କନ୍‌ଫରେନ୍ସିଂ ଭଳି ସ୍ମାର୍ଟ ଟେକ୍ନୋଲଜି, ଟେଲିଫୋନ ଇନ୍‌ଷ୍ଟାଣ୍ଟ କଲିଂ ଫାସିଲିଟି ଭଳି ସୁବିଧା ସୁଯୋଗ ଯାହା ସାଧାରଣ ସେବା କେନ୍ଦ୍ରଗୁଡିକରେ ଉପଲବ୍ଧ ହେଉଛି, ତାହାକୁ କାର୍ଯ୍ୟରେ ଲଗାଯାଉଛି । ପଞ୍ଚାୟତସ୍ତରରେ ସାଧାରଣ ସେବା କେନ୍ଦ୍ରରେ ଏସବୁ ଅତ୍ୟାଧୁନିକ ଟେକ୍ନୋଲୋଜି ଉପଲବ୍ଧ ହେଉଥିବାରୁ ତାହାର ସାହାଯ୍ୟ ନେଇ ଦୁଃସ୍ଥ, ଦଳିତ, ଅବହେଳିତ, ଉପେକ୍ଷିତ ଏବଂ ଅପହଞ୍ଚ ଇଲାକାରେ ରହୁଥିବା ଲୋକ ଓ ସମୁଦାୟଙ୍କୁ ମୂଲ୍ୟବାନ ସମୟୋଚିତ ଆଇନଗତ ପରାମର୍ଶ ଯୋଗାଇ ଦିଆଯାଉଛି । ଏଥିପାଇଁ ଆଇନଜୀବୀମାନଙ୍କର ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁ ଏହି ପରାମର୍ଶ କାର୍ଯ୍ୟରେ ନିୟୋଜିତ କରାଯାଉଛି ।

The post ଟେଲି-ଆଇନରେ ନୂଆ ମାଇଲଖୁଣ୍ଟ : ୪ ଲକ୍ଷ ହିତାଧିକାରୀଙ୍କୁ ମିଳିଲା ଆଇନଗତ ପରାମର୍ଶ first appeared on Sambad.



from ରାଜ୍ୟ – Sambad https://ift.tt/2JyVbye

Post a Comment

0 Comments