ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେଓଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଦେଓଗାଁ : ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଦିନ ୧୦ଟାରେ ବଲାଙ୍ଗୀର ଭିଜିଲାନ୍ସ ବିଭାଗ ଦେଓଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଗିରିଶ ଚନ୍ଦ୍ର ପାତ୍ରଙ୍କ ଘରେ ଓ ବ୍ଳକ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଭିଜିଲାନ୍ସ। ଏକା ସାଙ୍ଗରେ ଯନ୍ତ୍ରୀ ରହୁଥିବା ଭଡା ଘର, ଦେଓଗାଁ ବ୍ଲକର ସରକାରୀ କାର୍ଯ୍ୟାଳୟ, ପୈତୃକ ଗ୍ରାମରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ। ଏହି ଚଢ଼ାଉରେ ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁରର ଭିଜିଲାନ୍ସ ଟିମ ସାମିଲ ଅଛନ୍ତି। ଚଢ଼ାଉ ସରିଲା ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

The post ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେଓଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ first appeared on Sambad.



from ରାଜ୍ୟ – Sambad https://ift.tt/39f7jis

Post a Comment

0 Comments