ଆଜି କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉଭୟ ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ ବସିବ। ଅପରାହ୍ନ ୫ଟାରେ ଡକାଯାଇଛି।  ମନ୍ତ୍ରୀ ପରିଷଦ ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ପ୍ରଥମ ଅତିରିକ୍ତ ବଜେଟରେ ମୋହର ଲାଗିବ। ଏହି ଗୋଟିଏ ପ୍ରସ୍ତାବ ରହିଛି। ଠିକ୍ ପରେ ପରେ ୫ଟା ୧୫ମିନିଟ୍‌ରେ କ୍ୟାବିନେଟ୍ ବୈଠକ ବସିବ, ଯେଉଁଥିରେ ୧୫ଟି ପ୍ରସ୍ତାବ ଉପରେ ଆଲୋଚନା ହେବ। ବିଶେଷକରି ପୂର୍ତ, ସ୍ବାସ୍ଥ୍ୟ ଏବଂ ରାଜସ୍ବ ବିଭାଗର କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ମାରିପାରେ।

The post ଆଜି କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ first appeared on Sambad.



from ରାଜ୍ୟ – Sambad https://ift.tt/3eXFMTF

Post a Comment

0 Comments