
ଭୁବନେଶ୍ୱର : ଓୟୁଏଟିସ୍ଥିତ ଭେଟେରିନାରି କଲେଜର ସର୍ଜରି ବିଭାଗର ସହକାରୀ ପ୍ରାଧ୍ୟାପକ ଡାକ୍ତର ବିଶ୍ବଦୀପ ଜେନା ଚଳିତ ବର୍ଷର ଭାରତୀୟ କୃଷି ଅନୁସନ୍ଧାନ ଓ ଗବେଷଣା ପରିଷଦ ଆନୁକୂଲ୍ୟରେ ହୋଇଥିବା ପିଏଚଡି ପ୍ରବେଶିକା ପରୀକ୍ଷାରେ ସାଧାରଣ ବର୍ଗରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଡାକ୍ତର ଜେନା ବନ୍ୟପ୍ରାଣୀ ସର୍ଜରି କରି ଅନେକ କୀର୍ତ୍ତିମାନ ସ୍ଥାପିତ କରିଛନ୍ତି। ଭାରତର ଯେ କୌଣସି ସରୀସୃପର ସିଟି ସ୍କାନ କରିବାରେ ଡାକ୍ତର ବିଶ୍ବଦୀପ ସିଦ୍ଧହସ୍ତ। ବିଶେଷକରି ସାପର ଚିକିତ୍ସା ପାଇଁ ବନ୍ୟ ପ୍ରାଣୀ ସର୍ଜରିରେ ଜାତୀୟ ସମ୍ମିଳନୀରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
The post ଜାତୀୟ ସ୍ତରରେ ର୍ୟାଙ୍କ ୧ରେ ଓଡ଼ିଆ ଡାକ୍ତର first appeared on Sambad.
from ରାଜ୍ୟ – Sambad https://ift.tt/32mIWLH
0 Comments