
ଭୁବନେଶ୍ୱର : ରାଜ୍ୟରେ ଥିବା ମେଡିକାଲ କଲେଜଗୁଡ଼ିକର ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଆବେଦନ ଅବଧି ବୃଦ୍ଧି କରାଯାଇଛି। ପୂର୍ବରୁ ଆବେଦନର ସମୟ ସୀମା ୧୮ ତାରିଖ ରଖାଯାଇଥିଲା। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରି ନ ଥିବାରୁ ଏବେ ଆବେଦନ ଅବଧିକୁ ୨୩ ତାରିଖ ରାତି ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ନଭେମ୍ବର ୨୧ରେ ପ୍ରକାଶ ପାଇବାକୁ ଥିବା ମେରିଟ୍ ଲିଷ୍ଟ ତଥା ମେଧା ତାଲିକା ୨୬ ତାରିଖରେ ପ୍ରକାଶ ପାଇବ। ନଭେମ୍ବର ୨୬ ପୂର୍ବାହ୍ନ ୧୦ଟାରୁ ୨୭ ତାରିଖ ରାତି ୧୧ଟା ୫୯ ମଧ୍ୟରେ ଛାତ୍ରଛାତ୍ରୀ ଚଏସ୍ ଫିଲିଂ ଓ ଲକିଂ କରିପାରିବେ। ୨୯ ତାରିଖରେ ପ୍ରଥମ ରାଉଣ୍ଡ୍ ନାମଲେଖା ତାଲିକା ପ୍ରକାଶ ପାଇବ ଏବଂ ଛାତ୍ରଛାତ୍ରୀ ଆଲଟ୍ମେଣ୍ଟ ଲେଟର୍ ଡାଉନ୍ଲୋଡ୍ କରିପାରିବେ। ନଭେମ୍ବର ୩୦ ପୂର୍ବାହ୍ନ ୧୧ଟାରୁ ଡିସେମ୍ବର ୨ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ସିଟ୍ ପାଇଥିବା ଛାତ୍ରଛାତ୍ରୀ ନାମଲେଖା ଫି’ ଦାଖଲ ସହ ପ୍ରୋଭିଜନାଲ ନାମଲେଖା ଲେଟର୍ ଡାଉନ୍ଲୋଡ୍ କରିବେ।
ସର୍ବଭାରତୀୟ ସ୍ତରରେ ଅଲ୍ ଇଣ୍ଡିଆ କୋଟା(ଏଆଇକ୍ୟୁ)ରୁ ଡିସେମ୍ବର ୨ରେ ଏମ୍ବିବିଏସ୍ ଓ ବିଡିଏସ୍ ସିଟ୍ଗୁଡ଼ିକ ଫେରିବା ପରେ ୩ ତାରିଖରେ ଖାଲି ସିଟ୍ ତାଲିକା ପ୍ରକାଶ କରାଯିବ। ଏଥିଲାଗି ପୁଣିଥରେ କାଉନସେଲିଂ ହେବ। ଡିସେମ୍ବର ୪ ପୂର୍ବାହ୍ନ ୧୧ଟାରୁ ୫ ତାରିଖ ରାତି ୧୧ଟା ୫୯ ମଧ୍ୟରେ ଦ୍ବିତୀୟ ରାଉଣ୍ଡ୍ ନାମ ପଞ୍ଜୀକରଣ ଓ ଅନ୍ଲାଇନ୍ ଡକ୍ୟୁମେଣ୍ଟ ଯାଞ୍ଚ ହେବ। ୬ ତାରିଖ ଅପରାହ୍ଣ ୩ଟାରେ ମେରିଟ୍ ଲିଷ୍ଟ ତଥା ମେଧା ତାଲିକା ପ୍ରକାଶ ପାଇବ। ୬ ତାରିଖ ସନ୍ଧ୍ୟା ୭ଟାରୁ ୭ ତାରିଖ ରାତି ୧୧ଟା ୫୯ ମିନିଟ୍ ମଧ୍ୟରେ ନୂତନ ଭାବେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ଚଏସ୍ ଫିଲିଂ ଓ ଲକିଂ କରିପାରିବେ। ଡିସେମ୍ବର ୯ରେ ଦ୍ବିତୀୟ ରାଉଣ୍ଡ ଆଲଟମେଣ୍ଟ ସହ ଛାତ୍ରଛାତ୍ରୀ ଆଲଟ୍ମେଣ୍ଟ ଲେଟର ଡାଉନ୍ଲୋଡ୍ କରିପାରିବେ। ୧୦ ତାରିଖ ପୂର୍ବାହ୍ନ ୧୧ଟାରୁ ୧୨ ତାରିଖ ରାତି ୧୧ଟା ୫୯ ସୁଦ୍ଧା ସିଟ୍ ପାଇଥିବା ଛାତ୍ରଛାତ୍ରୀ ନାମଲେଖା ଫି’ ଦାଖଲ କରି ପ୍ରୋଭିଜନାଲ ଲେଟର୍ ଡାଉନ୍ଲୋଡ୍ କରିପାରିବେ। ଡିସେମ୍ବର ୧୫ରେ ସ୍ପଟ୍ ରାଉଣ୍ଡ୍ କାଉନସେଲିଂ ଅନୁଷ୍ଠିତ ହେବ ବୋଲି ଓଜେଇଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
The post ଏମ୍ବିବିଏସ୍ ଓ ବିଡିଏସ୍ ନାମଲେଖା : ୨୩ ଯାଏ ବଢ଼ିଲା ଆବେଦନ ଅବଧି first appeared on Sambad.
from ରାଜ୍ୟ – Sambad https://ift.tt/35MwDKT
0 Comments