
ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଆସନ୍ତା ଡିସେମ୍ବର କିମ୍ବା ଜାନୁଆରିରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଏହି ଗସ୍ତ ତିନି ଦିନିଆ ହେବ। ତେବେ ନିର୍ଦ୍ଦିଷ୍ଟ ଭାବେ ତାଙ୍କ ଗସ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇ ନାହିଁ। ଖୁବ୍ ଶୀଘ୍ର ଏହା ଚୂଡ଼ାନ୍ତ ହେବ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଏହି ଗସ୍ତ ସମୟରେ ଶ୍ରୀ ନଡ୍ଡା ଦଳର ସଂଗଠନର ଦୃଢ଼ କରିବାକୁ ରଣନୀତି ପ୍ରସ୍ତୁତ କରିବା ସହ ଦଳର ବିଭିନ୍ନ ସ୍ତରର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ।
ବିଜେପି ସଭାପତି ଶ୍ରୀ ନଡ୍ଡା ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରୁ ୧୨୦ ଦିନିଆ ଦେଶବ୍ୟାପୀ ଗସ୍ତ କରିବେ। ଉତ୍ତରାଖଣ୍ଡରୁ ତାଙ୍କର ଏହି ଗସ୍ତ ଆରମ୍ଭ ହେବ। ଏହି ଅଭିଯାନରେ ସେ ସମସ୍ତ ରାଜ୍ୟ ଯାଇ ସଂଗଠନର ସୁଦୃଢ଼ କରିବାକୁ ମନ୍ତ୍ର ଦେବେ।
The post ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା first appeared on Sambad.
from ରାଜ୍ୟ – Sambad https://ift.tt/3lZo2K9
0 Comments