
ଭୁବନେଶ୍ୱର : ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପ, ଖଣି, ବ୍ୟବସାୟିକ ସଂସ୍ଥା ଓ ରେଳବାଇ ଉପରେ ୩୯୩୬.୮୬ କୋଟି ଟଙ୍କାର ଜଳ କର ବାକି ପଡ଼ିଛି। ୬୨୭ଟି ସଂସ୍ଥା ଉପରେ ୩୧.୩.୨୦୨୦ ସୁଦ୍ଧା ଏତିକି ବାକି ହିସାବ ହୋଇଛି। ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ତଥ୍ୟ ଦେଇଛନ୍ତି।
ଜଳ କର ବାକି ରଖିଥିବା କିଛି ସଂସ୍ଥା ଏହି ବକେୟା ମାମଲାରେ ବିଭିନ୍ନ ସମୟରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ସଂସ୍ଥାଗୁଡ଼ିକ ଉପରେ ୩୦୭୫.୫୫ କୋଟି ଟଙ୍କାର ଜଳ କର ବାକି ପଡ଼ିଛି। ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ସରକାର ଆଉ ସେମାନଙ୍କଠାରୁ ବକେୟା ଆଦାୟ କରୁ ନାହାନ୍ତି। ଏହି ସଂସ୍ଥାଗୁଡ଼ିକରୁ ବକେୟା ଥିବା ଜଳ କରର ପରିମାଣର ୫୦% ଆଦାୟ କରିବା ପାଇଁ ହାଇକୋର୍ଟରେ ମିସ୍ କେସ୍ ଫାଇଲ୍ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।
The post ୪ ହଜାର କୋଟିର ଜଳ କର ବାକି ପଡ଼ିଛି first appeared on Sambad.
from ରାଜ୍ୟ – Sambad https://ift.tt/39jzgWA
0 Comments