ମରିଗଲା ମାନବିକତା : ପାଣି ଟୋପାଏ ନ ପାଇ ଆଖି ବୁଜିଲେ ଯୁବକ

ଜୟପୁର : ସଭ୍ୟ ସମାଜରୁ ମରିଗଲା ମାନବିକତା। ପାଣି ଟୋପାଏ ନପାଇ ଟଳି ପଡ଼ିଲେ ଜଣେ ଯୁବକ। ଛଟପଟ ହୋଇ ଯୁବକଙ୍କ ଜୀବନ ଚାଲି ଯାଉଥିବା ଦେଖି ନଦେଖିଲା ପରି ରହିଥିଲେ ଉପସ୍ଥିତ ଜନତା। ଏଭଳି ଅଭାବନୀୟ ଘଟଣା‌ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ସହରର ମୁଖ୍ୟ ରାସ୍ତାରେ।

ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଦିନ ୧୧ଟା ୧୫ ବେଳେ ଜୟପୁର ୱେଲକମ ଛକ ନିକଟରେ ଜଣେ ଅପରିଚିତ ଯୁବକ ଅସୁସ୍ଥ ହୋଇ ରାସ୍ତାରେ ପଡ଼ିଥିବା ନେଇ ଖବର ପାଇଥିଲା ଟାଉନ ଥାନା ପୁଲିସ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ଯୁବକଙ୍କୁ ତୁରନ୍ତ ମେଡିକାଲ ନେଇଥିବା ବେଳେ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରିଚିତ ଏହି ଯୁବକ ଜଣକ ମୃତ୍ୟୁର ଅଧ ଘଣ୍ଟା ପୂର୍ବରୁ ପାଣି ପାଇଁ ଡହଳବିକଳ ହୋଇଥିଲେ। ପାଣି ଟିକିଏ ମାଗି ମାଗି ଥକି ଗଲେ ପଛେ ପାଣି ଟୋପାଏ କେହି ଦେଲେ ନାହିଁ। ସେଠି ଥିବା ଏକ ସ୍କୁଟି ଉପରେ ଭରା ଦେଇ ବସୁବସୁ ସେ ଟଳି ପଡ଼ିଥିଲେ। ପରିଚୟ ମିଳି ନଥିବାରୁ ଯୁବକଙ୍କ ଶବ କୋରାପୁଟ ସ୍ଥିତ ଶବାଗାରରେ ରଖାଯାଇଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଟାଉନ ଥାନା ଆଇଆଇସି ବାଲେଶ୍ବର ଗିଦ୍ଧି କହିଛନ୍ତି।

The post ମରିଗଲା ମାନବିକତା : ପାଣି ଟୋପାଏ ନ ପାଇ ଆଖି ବୁଜିଲେ ଯୁବକ first appeared on Sambad.



from ରାଜ୍ୟ – Sambad https://ift.tt/393Ak0M

Post a Comment

0 Comments