
ଭୁବନେଶ୍ୱର : ଲକଡାଉନ୍ ସମୟରେ ରାଜଧାନୀରେ ଘଟିଥିବା ନାବାଳିକା ଦୁଷ୍କର୍ମ ମାମଲାର ତଦନ୍ତକୁ ଦୁଇ ମାସ ବିତିଗଲାଣି। କମିସନରେଟ ପୁଲିସ ଫେଲ୍ ମାରିବା ପରେ ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚ ହାତକୁ ଯାଇଛି। କ୍ରାଇମବ୍ରାଞ୍ଚ ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ଭାର ନେବା ପାଖାପାଖି ମାସେ ବିତିଲାଣି। ତଥାପି ତଦନ୍ତରେ ଅଗ୍ରଗତି ହୋଇପାରିନାହିଁ। କେଉଁ କାରଣରୁ ତଦନ୍ତରେ ବିଳମ୍ବ ହେଉଛି ବୋଲି କ୍ରାଇମବ୍ରାଞ୍ଚକୁ ଖୁବ୍ ଶୀଘ୍ର ରିପୋର୍ଟ ମଗାଯିବ ବୋଲି ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି। ଆଜି ଆୟୋଗର ବାର୍ଷିକ ଉତ୍ସବ ଅବସରରେ ସେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଶ୍ରୀମତି ପ୍ରଧାନ କହିଛନ୍ତି, ଭୁବନେଶ୍ବର ଡିସିପ ତାଙ୍କ ରିପୋର୍ଟ ପ୍ରଦାନ କରି ସାରିଛନ୍ତି। ଓଟିଭି ଏମ୍ଡି ମଧ୍ୟ ତାଙ୍କର ଜବାବ ରଖିଛନ୍ତି। ଏହି ଦୁଇଟି ରିପୋର୍ଟକୁ ତର୍ଜମା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସୂଚନାଯୋଗ୍ୟ, ଏହି ଦୁଷ୍କର୍ମ ମାମଲାରେ ଓଟିଭିର କିଛି କର୍ମଚାରୀ ଓ ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ନାବାଳିକାଙ୍କ ମା’ ଅଭିଯୋଗ କରିଛନ୍ତି।
The post ନାବାଳିକା ଗଣଦୁଷ୍କର୍ମ ମାମଲା ତଦନ୍ତରେ ବିଳମ୍ବ, କ୍ରାଇମବ୍ରାଞ୍ଚକୁ ରିପୋର୍ଟ ମାଗିବେ ଶିଶୁ ଅଧିକାର ସୁରକ୍ଷା ଆୟୋଗ first appeared on Sambad.
from ରାଜ୍ୟ – Sambad https://ift.tt/2THVqsm
0 Comments