
ଭୁବନେଶ୍ୱର : ବୈଷୟିକ ଶିକ୍ଷାନୁଷ୍ଠାନର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଡିସେମ୍ବର ପହିଲାରୁ ଆରମ୍ଭ ହେବ। ପୂର୍ବରୁ ଏହା ନଭେମ୍ବର ୧ରୁ ଆରମ୍ଭ କରିବାକୁ ଅଲ୍ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍ନିକାଲ ଏଜୁକେସନ(ଏଆଇସିଟିଇ) ପକ୍ଷରୁ ଏହା ଅଧୀନ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକୁ କୁହାଯାଇଥିଲା। ତେବେ ଆଇଆଇଟି, ଏନ୍ଆଇଟି ପରି ଶିକ୍ଷାନୁଷ୍ଠାନରେ ନାମଲେଖା ପ୍ରକ୍ରିୟା ବିଳମ୍ବ ହୋଇଥିବାରୁ ଶିକ୍ଷାବର୍ଷରେ ପରିବର୍ତନ କରିବାକୁ ଅଧିକାଂଶ ରାଜ୍ୟ ପ୍ରସ୍ତାବ ଦେଇଥିଲେ। ଏଆଇସିଟିଇ ପକ୍ଷରୁ ପ୍ରସ୍ତାବଗୁଡ଼ିକୁ ଅନୁଧ୍ୟାନ କରାଯିବା ପରେ ଶିକ୍ଷାବର୍ଷରେ ସାମାନ୍ୟ ପରିବର୍ତନ କରାଯାଇଛି।
ପିଜିଡିଏମ୍/ପିଜିସିଏମ୍ ବ୍ୟତୀତ ଅନ୍ୟ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସିଟ୍ ବାତିଲ୍ ସହ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ସମୟ ସୀମାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ନଭେମ୍ବର ୧୦ ବୋଲି ଧାର୍ଯ୍ୟ ହୋଇଥିଲା। ଯେଉଁ ଛାତ୍ରଛାତ୍ରୀ ନାମଲେଖାରୁ ଓହରିଯିବେ ସେମାନଙ୍କଠାରୁ ଶିକ୍ଷାନୁଷ୍ଠାନ କେବଳ ପ୍ରୋସେସିଂ ବାବଦରେ ଅତିବେଶିରେ ୧୦୦୦ ଟଙ୍କା କାଟିପାରିବେ। ବାକି ଅର୍ଥ ଫେରସ୍ତ କରିବେ। ସେହିପରି ବୈଷୟିକ ଶିକ୍ଷାନୁଷ୍ଠାନରେ ଖାଲି ଥିବା ସିଟ୍ରେ ନାମଲେଖାର ଶେଷ ତାରିଖ ନଭେମ୍ବର ୧୫କୁ ଧାର୍ଯ୍ୟ ହୋଇଥିଲା। ଏବେ ତାହାକୁ ଡିସେମ୍ବର ୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିବା ଏଆଇସିଟିଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
The post ବଦଳିଲା ବୈଷୟିକ ଶିକ୍ଷାବର୍ଷ : ଡିସେମ୍ବର ପହିଲାରୁ ପ୍ରଥମ ବର୍ଷ ପାଠପଢ଼ା, ଡିସେମ୍ବର ୫ ପର୍ଯ୍ୟନ୍ତ ଖାଲି ସିଟ୍ରେ ନାମଲେଖା first appeared on Sambad.
from ରାଜ୍ୟ – Sambad https://ift.tt/33hXpsX
0 Comments