
ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ୧୫ ତାରିଖରେ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପ୍ରବେଶିକା ପରୀକ୍ଷା ପାଇଁ ଓୟୁଏଟିର ୪ଟି ମହାବିଦ୍ୟାଳୟରେ କେନ୍ଦ୍ର ହୋଇଛି। ୧୫ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ।
ପରୀକ୍ଷା ପାଇଁ ଗତ ୩ ତାରିଖରୁ ବିଶ୍ବବିଦ୍ୟାଳୟ ୱେବ୍ସାଇଟ୍ରେ ଆଡମିଟ୍ କାର୍ଡ ଉପଲବ୍ଧ ରହିଛି। ୨୦୨୦-୨୧ ଶିକ୍ଷାବର୍ଷରେ କୃଷି, ବନ, ମତ୍ସ୍ୟ, କୃଷି ଯାନ୍ତ୍ରିକ, ପଶୁ ସମ୍ପଦ ଓ କମ୍ୟୁନିଟି ସାଇନ୍ସ ଭଳି ବିଭିନ୍ନ ପାଠ୍ୟକ୍ରମ ପାଇଁ ୧୨୦୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।
The post ୧୫ରେ ଓୟୁଏଟି ପିଜି ଏକକ ପ୍ରବେଶିକା ପରୀକ୍ଷା first appeared on Sambad.
from ରାଜ୍ୟ – Sambad https://ift.tt/36kacf5
0 Comments