ପୂର୍ବତନ ବାଚସ୍ପତି ଶରତ କର ଓ କରୋନା ଯୋଦ୍ଧାଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭରେ ପୂର୍ବତନ ବାଚସ୍ପତି ସ୍ବର୍ଗତ ଶରତ କରଙ୍କ ସମେତ ୩ ଜଣ ଦିବଂଗତ ନେତା ଓ ମହାମାରୀ କରୋନା ସଂଗ୍ରାମରେ ପ୍ରାଣ ହରାଇଥିବା ସମସ୍ତ କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପୂର୍ବତନ ବାଚସ୍ପତି ସ୍ବର୍ଗତ କରଙ୍କ ସମ୍ମାନାର୍ଥେ ଗୃହର ପ୍ରଥମାର୍ଦ୍ଧ ମୁଲତବୀ ରହିଥିଲା।

ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଅଧିବେଶନ ଆରମ୍ଭ ହେବା ମାତ୍ରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନଫରେନ୍‌ସିଂ ଜରିଆରେ ପୂର୍ବତନ ବାଚସ୍ପତି ସ୍ବର୍ଗତ କର, ପୂର୍ବତନ ସରକାରୀ ଦଳ ମୁଖ୍ୟ ସଚେତକ ସ୍ବର୍ଗତ ଗୁରୁପଦ ନନ୍ଦ, ପୂର୍ବତନ ସଦସ୍ୟ ସ୍ବର୍ଗତ କାର୍ତ୍ତିକେଶ୍ବର ପାତ୍ର ଓ କରୋନା ଯୋଦ୍ଧାଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସିପିଏମ୍‌ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ସମର୍ଥନ କରିଥିଲେ। ପରେ ବାଚସ୍ପତି ଶୋକ ପ୍ରସ୍ତାବ ପାଠ କରିବା ପରେ ୧ ମିନିଟ୍‌ ପାଇଁ ଦିବଂଗତଙ୍କ ସ୍ମୃତିରେ ଗୃହରେ ନିରବ ପ୍ରାର୍ଥନା କରାଯାଇଥିଲା।

The post ପୂର୍ବତନ ବାଚସ୍ପତି ଶରତ କର ଓ କରୋନା ଯୋଦ୍ଧାଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି first appeared on Sambad.



from ରାଜ୍ୟ – Sambad https://ift.tt/35No1DG

Post a Comment

0 Comments