ଜଣେ ବିଧାୟକ ଅଭୟକାନ୍ତ ପାଠକଙ୍କର ବନ୍ଧୁ ହେବାର ଥିଲା, ସେ ବିଧାୟକ କିଏ ସରକାର ସ୍ପଷ୍ଟ କରନ୍ତୁ: ସାଲୁଜା

ଭୁବନେଶ୍ୱର : ଅଭୟକାନ୍ତ ପାଠକ ଦୁର୍ନୀତି କରି ଶହ ଶହ କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଛନ୍ତି। ଏବେ ସେ ଭିଜିଲାନ୍‌ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। କୋଟି କୋଟି ଟଙ୍କାର ବିଦେଶୀ ଗାଡ଼ି ତାଙ୍କ ନାମରେ ରହିଛି। ଭୁବନେଶ୍ବର ସମେତ ପୁନେ, ପଶ୍ଚିମବଙ୍ଗ ଓ ଅନ୍ୟରାଜ୍ୟରେ ତାଙ୍କର କୋଠା ଓ ସମ୍ପତ୍ତି ରହିଥିବା ନେଇ ଭିଜିଲାନ୍‌ସ୍‌ ଚଢ଼ଉ ବେଳେ ଜଣାପଡ଼ିଛି। କେଉଁଭଳି ଭାବେ ସମ୍ପୃକ୍ତ ଆଇଏଫଏସ୍‌ ଅଧିକାରୀ ଶ୍ରୀ ପାଠକ ଏତେ ଟଙ୍କା ଆଣିଲେ। ଏବେ ଶୁଣିବାକୁ ମିଳୁଛି ସମ୍ପୃକ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପୁଅ ଶାସକ ଦଳର ଜଣେ ବିଧାୟକ, ଯିଏ କି ପୂର୍ବରୁ ମନ୍ତ୍ରୀ ଥିଲେ, ତାଙ୍କ ଝିଅକୁ ବାହା ହେବାକୁ ଯାଉଛି। ସରକାର ସ୍ପଷ୍ଟ କରନ୍ତୁ, ସେ ବିଧାୟକ କିଏ? କାରଣ ଯେଉଁ ଦୁର୍ନୀତିଗ୍ରସ୍ତ ଅଧିକାରୀ ଏତେ କଳାଟଙ୍କା ଅର୍ଜନ କରିଥିଲେ, ସେହି ଅଧିକାରୀ ଏବେ ବିଧାୟକଙ୍କ ଘରେ ବନ୍ଧୁ ବାନ୍ଧିବାକୁ ଯାଉଛନ୍ତି। ତେଣୁ ଏହି ମାମଲାରେ ସେହି ବିଧାୟକଙ୍କୁ ବି ତଦନ୍ତ ପରିସରଭୁକ୍ତ କରିବା ଦରକାର ବୋଲି ଶ୍ରୀ ସାଲୁଜା ଗୃହ ବାହାରେ ଦାବି କରିଛନ୍ତି।

The post ଜଣେ ବିଧାୟକ ଅଭୟକାନ୍ତ ପାଠକଙ୍କର ବନ୍ଧୁ ହେବାର ଥିଲା, ସେ ବିଧାୟକ କିଏ ସରକାର ସ୍ପଷ୍ଟ କରନ୍ତୁ: ସାଲୁଜା first appeared on Sambad.



from ରାଜ୍ୟ – Sambad https://ift.tt/3laDS3B

Post a Comment

0 Comments