ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଚାଳକ ମୃତ

ପାଲଲହଡ଼ା: ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ। ଦୁର୍ଘଟଣା ପରେ ଆହତ ଆମ୍ବୁଲାନ୍ସ ଚାଳକଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଘଟଣାଟି ଘଟିଛି ପାଲଲହଡ଼ା ଟାଉନ୍ ଠାରୁ ୨ କିମି ଦୂର ୪୯ ନମ୍ବର ଜାତୀୟ ରାଜପଥ ରାଧା ସାହି ନିକଟରେ। ମୃତ ଚାଳକଙ୍କ ନାଁ ବେଣୁଧର ନାୟକ ବୋଲି ଜଣା ପଡ଼ିଛି।

ସୂଚନା ମୁତାବକ, ଆଜି ସକାଳ ୯ଟାରେ ପାଲଲହଡ଼ା ଟାଉନ୍ ଠାରୁ ୨ କିମି ଦୂର ୪୯ ନମ୍ବର ଜାତୀୟ ରାଜପଥ ରାଧା ସାହି ନିକଟରେ ଏକ ମାଲ୍ ବୋଝେଇ ଟ୍ରକ ଛିଡା ହୋଇଥିଲା। ପାଲଲହଡ଼ା ଡାକ୍ତରଖାନାର ୧୦୨ ଆମ୍ବୁଲାନ୍ସ ପାଲଲହଡ଼ାରୁ କେନ୍ଦୁଝରକୁ ଯାଉଥିବା ବେଳେ ଛିଡା ହୋଇଥିବା ଟ୍ରକ୍ ନମ୍ବର(ଓଆର୦୯ପି୨୫୦୧)କୁ ଧକ୍କା ଦେଇଥିଲା। ଆମ୍ବୁଲାନ୍ସ (ନମ୍ବର ଓଡି୩୫ସି୮୮୦୯) ଟ୍ରକ୍ କୁ ମୁହାଁ ମୁହିଁ ଧକ୍କା ଦେବା ଫଳରେ ଆମ୍ବୁଲାନ୍ସର ଆଗ କାଚ ଭାଙ୍ଗି ଚୁରମାର ହୋଇଯିବା ସହ ଆମ୍ବୁଲାନ୍ସ ଡ୍ରାଇଭର ବେଣୁଧର ନାୟକ ଷ୍ଟିଅରିଂ ଭିତରେ ଚାପି ହୋଇ ଯାଇଥିଲେ। ଦୁର୍ଘଟଣା ପରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପାଲଲହଡ଼ା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବେଣୁଧରଙ୍କ  ଅକାଳ ବିୟୋଗରେ ପାଲଲହଡ଼ା ଡାକ୍ତରଖାନା କର୍ମଚାରୀଙ୍କ ଭିତରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଗାଡ଼ିକୁ ଏବଂ ଶବକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।

The post ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଚାଳକ ମୃତ first appeared on Sambad.



from ରାଜ୍ୟ – Sambad https://ift.tt/3686B3s

Post a Comment

0 Comments