ରାଜ୍ୟରେ ମୃତ୍ୟୁ ହାର ଖସିଲା, କ‌ରୋନା ଦୈନିକ ସଂକ୍ରମଣ ବି ତଳ ମୁହାଁ

ଭୁବନେଶ୍ୱର : ରାଜ୍ୟରେ କ‌ରୋନା ଦୈନିକ ସଂକ୍ରମଣ ଗତ କିଛି ଦିନ ଧରି ଲଗାତର ଭାବେ ଖସି ଚାଲିଛି। ତେବେ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣ ହେଉ ନ ଥିବାରୁ ଚିନ୍ତା ବଢ଼ୁଥିଲା। ଦୀର୍ଘ ୪ ମାସ ପରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। ଆଜି ସରକାରୀ ଭାବେ କରୋନାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ଏହା ରାଜ୍ୟବାସୀଙ୍କୁ କିଛିଟା ଆଶ୍ବସ୍ତ କରିଛି। ଏହା ସହ ୧୦ରୁ ଅଧିକ ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣ ୧୦ ତଳକୁ ରହିଛି।

ଆଜି ସ୍ବାସ୍ଥ୍ୟ ବିଭାଗ ୪ ଜଣଙ୍କର ମୃତ୍ୟୁ ନେଇ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି। ଭୁବନେଶ୍ବର, ଖୋର୍ଦ୍ଧା, ବାଲେଶ୍ବର ଓ ଢେଙ୍କାନାଳ ଅଞ୍ଚଳର। ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା‌ ୧୭୩୪ରେ ପହଞ୍ଚିଛି।

କରୋନାର ଦୈନିକ ସଂକ୍ରମଣ ମଧ୍ୟ ଏବେ ତଳମୁହାଁ ହୋଇଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୫୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୦ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ୩ଟି ଜିଲ୍ଲା ନୟାଗଡ଼, ଗଜପତି ଓ ବୌଦ୍ଧରେ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ୫୧୮ ପଜିଟିଭ୍ ମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୫୨ ଜଣ ଚିହ୍ନଟ ହୋଇଥିଲା ବେଳେ ଦ୍ବିତୀୟରେ ମୟୂରଭଞ୍ଜ (୪୯) ଓ ତୃତୀୟରେ କଟକ (୪୫) ରହିଛି। ଏହା ବାଦ୍ ଖୋର୍ଦ୍ଧାରେ ୪୦, ବଲାଙ୍ଗୀରରେ ୩୭, ଅନୁଗୁଳରେ ୩୬, ବାଲେଶ୍ବରରେ ୨୬ କେନ୍ଦୁଝରରେ ୨୫, ବରଗଡ଼ରେ ୨୪, ନୂଆପଡ଼ାରେ ୨୩, ଯାଜପୁରରେ ୧୮, ସମ୍ବଲପୁର ଓ କେନ୍ଦ୍ରାପଡ଼ାରେ ୧୭, ଜଗତସିଂହପୁର ଓ ଝାରସୁଗୁଡ଼ାରେ ୧୬, ପୁରୀରେ ୧୫, ଗଞ୍ଜାମରେ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୮,୩୦୭ରେ ପହଞ୍ଚିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୭୦୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧା ଓ କଟକରୁ ସର୍ବାଧିକ ୬୫ ଜଣ ସୁସ୍ଥ ହୋଇଥିଲା ବେଳେ କେନ୍ଦୁଝରରୁ ୫୮ ଓ ମୟୂରଭଞ୍ଜରୁ ୪୮ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆରୋଗ୍ୟଙ୍କ ୩,୧୧,୨୫୬ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

The post ରାଜ୍ୟରେ ମୃତ୍ୟୁ ହାର ଖସିଲା, କ‌ରୋନା ଦୈନିକ ସଂକ୍ରମଣ ବି ତଳ ମୁହାଁ first appeared on Sambad.



from ରାଜ୍ୟ – Sambad https://ift.tt/2Jb3Ua8

Post a Comment

0 Comments