ଏଆଇପିଏଚ୍‌ ମାଇକ୍ରୋବାୟୋଲୋଜି ବିଭାଗ ରାଜ୍ୟରେ ସର୍ବୋତ୍ତମ ବିବେଚିତ

ଭୁବନେଶ୍ୱର : ମାଇକ୍ରୋବାୟୋଲୋଜି ସୋସାଇଟି ଦ୍ବାରା ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ମାଇକ୍ରୋବାୟୋଲୋଜି ବିଭାଗ ଦେଶର ଉତ୍କୃଷ୍ଟତମ ବିଭାଗ ଭାବେ ବିବେଚିତ ହୋଇଛି। ମାଇକ୍ରୋବାୟୋଲୋଜିର ଏକ କ୍ଷମତାସମ୍ପନ୍ନ କମିଟି ଭାରତର ବିଭିନ୍ନ ମାଇକ୍ରୋବାୟୋଲୋଜି ବିଭାଗ ବିଷୟରେ ଅନୁଧ୍ୟାନ କରି ଆଜି ଏହି ଘୋଷଣା କରିଛନ୍ତି। ସାଧାରଣତଃ ଏହି ବିଭାଗର ପ୍ରୟୋଗଶାଳା ଓ ଏଥିସହ ଥିବା ଆନୁସଙ୍ଗିକ ଯନ୍ତ୍ରପାତି ଶିକ୍ଷାଦାନ ପ୍ରଣାଳୀ ସମ୍ବନ୍ଧୀୟ ତଥ୍ୟ ତଥା ବିଜ୍ଞାନ ବିଭାଗର କାର୍ଯ୍ୟପ୍ରଣାଳୀକୁ ନେଇ ଏହି ଯୋଗ୍ୟତା ନିର୍ଣ୍ଣୟ କରାଯାଇଥାଏ।

ଉଲ୍ଲେଖଯୋଗ୍ୟ, ମାଇକ୍ରୋବାୟୋଲୋଜି ବିଭାଗର ଅଧ୍ୟାପକ ଡ. ଧୀରଜ କୁମାର ନନ୍ଦଙ୍କୁ ଶ୍ରେଷ୍ଠ ଶିକ୍ଷକ ଭାବେ ବିବେଚନା କରାଯାଇଛି। ଏହି ସଫଳତା ବିଶ୍ବବିଦ୍ୟାଳୟ ଏବଂ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ।

The post ଏଆଇପିଏଚ୍‌ ମାଇକ୍ରୋବାୟୋଲୋଜି ବିଭାଗ ରାଜ୍ୟରେ ସର୍ବୋତ୍ତମ ବିବେଚିତ first appeared on Sambad.



from ରାଜ୍ୟ – Sambad https://ift.tt/3mR3gfX

Post a Comment

0 Comments