୩ଟି ନୂଆ ମେଡିକାଲ କଲେଜ ସ୍ଥିତି ସମୀକ୍ଷା କଲେ ମୁଖ୍ୟସଚିବ, କାମ ସାରି ନାମଲେଖା ପାଇଁ ତୁରନ୍ତ ପଦକ୍ଷେପ ନିଅ

ଭୁବନେଶ୍ବର : ରାଜ୍ୟରେ ତିନିଟି ନୂଆ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାରେ ନାମଲେଖା ପାଇଁ ଆବଶ୍ୟକ ପଦକ୍ଷେପ ନିଅ। ଜି ମୁଖ୍ୟଶାସନ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି।

ଲୋକସେବା ଭବନରେ ଅନୁଷ୍ଠିତ ଏହି ଡିଜିଟାଲ ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ତାଳଚେରରେ ନିର୍ମାଣାଧୀନ ମହାନଦୀ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ, ସୁନ୍ଦରଗଡର ଭେଷଜ ମହାବିଦ୍ୟାଳୟ ଏବଂ ଡାକ୍ତରଖାନା ଓ ପୁରୀଠାରେ ନିର୍ମାଣାଧୀନ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାର ଅଗ୍ରଗତି ବିଷୟରେ ଏକ ବିଶଦ ରିପୋର୍ଟ ଉପସ୍ଥାପନ କରିଥିଲେ।

ସରକାରଙ୍କ ପକ୍ଷରୁ କୁହାଯାଇଛି, ପୁରୀ ମେଡିକାଲ କଲେଜରେ ୨୦୨୧-୨୨ ବର୍ଷରୁ ନାମଲେଖା ଆରମ୍ଭ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏଥିରେ ପ୍ରତିବର୍ଷ ୧୦୦ ଡ଼ାକ୍ତରୀ ଛାତ୍ର ନାମ ଲେଖାଇ ପାରିବେ। ସେହିପରି ଏମ୍‌.ସି.ଏଲ୍‌. ସହଯୋଗିତାରେ ତାଳଚେରରେ ନିର୍ମାଣ ହେଉଥିବା କଲେଜରେ ମଧ୍ୟ ପ୍ରତି ବର୍ଷ ୧୦୦ ଜଣ ଛାତ୍ର ଛାତ୍ରୀ ନାମ ଲେଖାଇ ପାରିବେ। ଏହି ମେଡିକାଲ କଲେଜକୁ ଏକ ଟ୍ରଷ୍ଟ ମାଧ୍ୟମରେ ପରିଚାଳନା କରାଯିବ। ସୁନ୍ଦରଗଡ଼ ଜିଲ୍ଲାରେ ଏନ୍‌ଟିପିସି ସହଯୋଗିତାରେ ନିର୍ମାଣ ହେଉଥିବା ଭେଷଜ ମହାବିଦ୍ୟାଳୟରେ ପ୍ରତି ବର୍ଷ ୧୦୦ ଡ଼ାକ୍ତରୀଛାତ୍ର ନାମ ଲେଖାଇ ପାରିବେ। ତେବେ ଡ଼ିସେମ୍ବର ଶେଷ ସୁଦ୍ଧା ନିର୍ମାଣ ଓ ସରଞ୍ଜାମ ସ୍ଥାପନ ଆଦି ଶେଷ କରି ନାମ ଲେଖା ନିମନ୍ତେ ମେଡ଼ିକାଲ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆର ଅନୁେମାଦନ ପାଇଁ ପ୍ରକ୍ରିୟା ତ୍ୱରାନିତ୍ବ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭେଷଜ ଶିକ୍ଷା ଓ ତାଲିମ ନିର୍ଦେଶକ ଡ଼ାକ୍ତର ସି.ବି.କେ. ମହାନ୍ତିଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ, ଏନ୍‌ଟିପିସି. ଓ ଏମ୍‌ସିିଏଲ୍‌ର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

The post ୩ଟି ନୂଆ ମେଡିକାଲ କଲେଜ ସ୍ଥିତି ସମୀକ୍ଷା କଲେ ମୁଖ୍ୟସଚିବ, କାମ ସାରି ନାମଲେଖା ପାଇଁ ତୁରନ୍ତ ପଦକ୍ଷେପ ନିଅ first appeared on Sambad.



from ରାଜ୍ୟ – Sambad https://ift.tt/330InYp

Post a Comment

0 Comments