ସାହସିକତା ପାଇଁ ହିମା˚ଶୁଙ୍କୁ ଚା’ ପିଇବାକୁ ଡାକି ସାବାସୀ ଜଣାଇଲେ ଡିଜି

କଟକ : ଭୁବନ ଥାନା ନୀଳକଣ୍ଠପୁର ଅଞ୍ଚଳରେ ଏକ ବସ୍‌ରେ ଜଣେ ଦୁର୍ବୃତ୍ତ ପଶି ବନ୍ଧୁକ ଦେଖାଇ ଯାତ୍ରୀଙ୍କୁ ଭୟଭୀତ କରିଥିଲା। ସେହି ବସ୍‌ରେ ଯାତ୍ରା କରୁଥିବା ଓଏସ୍‌ଏପି ସିପାହୀ ହିମା˚ଶୁ ଶେଖର ପାତ୍ର ସାହସିକତା ଦେଖାଇ ଦୁର୍ବୃତ୍ତ ନିକଟରୁ ପିସ୍ତଲ ଛଡ଼ାଇ ଆଣିଥିଲେ। ପରେ ଏହି ପିସ୍ତଲଟି ପ୍ଲାଷ୍ଟିକ ଖେଳନା ପିସ୍ତଲ୍ ବୋଲି ଜଣାପଡ଼ିଥିଲା। ହିମା˚ଶୁଙ୍କ ଏଭଳି ସାହସିକତା ପାଇଁ ପୁଲିସ ଡିଜି ଅଭୟ ତାଙ୍କୁ ଚା’ ପିଇବାକୁ ନିମନ୍ତ୍ରଣ କରିଥିଲେ। ଏହି ଅବସରରେ ଶ୍ରୀ ଅଭୟ ତାଙ୍କୁ ସାବାସୀ ଜଣାଇଥିଲେ। ଏହା ବ୍ୟତୀତ ହିମାଂଶୁଙ୍କୁ ‘ଡିଜିପି ଡିସ୍କ’ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

The post ସାହସିକତା ପାଇଁ ହିମା˚ଶୁଙ୍କୁ ଚା’ ପିଇବାକୁ ଡାକି ସାବାସୀ ଜଣାଇଲେ ଡିଜି first appeared on Sambad.



from ରାଜ୍ୟ – Sambad https://ift.tt/36fgo9a

Post a Comment

0 Comments