
ନୀଳଗିରି: ନୀଳଗିରିକୁ ପ୍ରବେଶ କଲେ ଝାଡ଼ଖଣ୍ଡି ହାତୀପଲ। ଝାଡଖଣ୍ଡର ଦଲମା ଜଙ୍ଗଲରୁ ଆସିଥିବା ଏହି ହାତୀପଲ ମୟୁରଭଞ୍ଜ ପରେ ବାଲେଶ୍ଵର ଜିଲ୍ଲା ନୀଳଗିରି ରେଞ୍ଜର ଦୁର୍ଗାଦେବୀ, ସୋନନଦୀ, ପୁନ୍ଦାଳ, କାଠପାଳ, ପାଟଣା ପରେ ଅଯୋଧ୍ୟା ଗୋପାଳପୁର ରାସ୍ତା ଅତିକ୍ରମ କରି ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ପ୍ରଵେଶ କରିଛନ୍ତି । ଏହି ହାତୀପଲରେ ୫ଟି ଦନ୍ତା ଓ ୭ଟି ଛୁଆ ସମେତ ମୋଟ ୪୨ ଟି ହାତୀ ଅଛନ୍ତି। ସେମାନେ ଆସିବା ରାସ୍ତାରେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି।

ସୁରକ୍ଷା ଦୃଷ୍ଟିରୁ ବାଲେଶ୍ଵର ଡିଏଫଓ ବିଶ୍ଵରାଜ ପଣ୍ଡାଙ୍କ ନିର୍ଦେଶରେ ନୀଳଗିରି ରେଞ୍ଜର ମନୁଆର ଖାନ ସମେତ ବହୁ ଫରେଷ୍ଟର, ଗାର୍ଡ ଓ ସବୁଜବାହିନୀ ଉପସ୍ଥିତ ରହି ହାତୀପଲକୁ ନିୟନ୍ତ୍ରଣ କରୁଛନ୍ତି। ତେବେ ହାତୀପଲଙ୍କ ଆଗମନ ଯୋଗୁଁ ଚାଷୀକୁଳ ତଥା ନୀଳଗିରି ବନାଞ୍ଚଳବାସୀ ଭୟଭିତ ହୋଇପଡିଥିବା ଦେଖିବାକୁ ମିଳିଛି। ପୁଣି ଆଉ ଏକ ହାତୀପଲ ନୀଳଗିରି ମୁହାଁ ହେଉଥିବା ବେଳେ ହାତପଲଙ୍କ ଗତିପଥ ଦେଖି ଘଉଡେଇବାର କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ନୀଳଗିରି ରେଞ୍ଜରେ ମନୁଆର ଖାନ।
The post ନୀଳଗିରିକୁ ପ୍ରବେଶ କଲେ ୪୨ଟି ଝାଡ଼ଖଣ୍ଡି ହାତୀ first appeared on Sambad.
from ରାଜ୍ୟ – Sambad https://ift.tt/3kB1NZN
0 Comments