
ଭୁବନେଶ୍ବର : କଳାହାଣ୍ଡି ଜିଲ୍ଲା ମ. ରାଜପୁର ବ୍ଲକ୍ରେ ଜଣେ ସରପଞ୍ଚ ମହିଳା ହିତାଧିକାରୀଙ୍କୁ ପକ୍କା ଘର ଦେବା ପାଇଁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଘଟଣାକୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟ୍ବିଟ୍ କରି ସେ କହିଛନ୍ତି ଯେ ସଂପୃକ୍ତ ସରପଞ୍ଚ ନିଜକୁ ବିଜେଡି କର୍ମୀ ବୋଲି କହି ମୋର କେହି କିଛି କରିପାରିବେନି ବୋଲି କହୁଥିବା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସିସି ତାଲିକାକୁ ଆଧାର କରି ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବା ସମୟରେ ବିଜେଡି ନେତାମାନେ ଶାରୀରିକ ସମ୍ପର୍କ ରଖି ହିତାଧିକାରୀ ମନୋନୀତ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ। ସଭ୍ୟ ସମାଜରେ ଏହା କଦାପି ଗ୍ରହଣୀୟ ନୁହେଁ।
ଆଗ ପକ୍କା ଘର ଦେବା ପାଇଁ ପିସି ନେବା କଥା ସାମ୍ନାକୁ ଆସୁଥିଲା। କିନ୍ତୁ ଏବେ ରିଲେସନ୍ ରଖିଲେ ପକ୍କା ଘର ସିଲେକ୍ସନ୍ କରିବା ନୂଆ ପିସି କି ? ବିଜୁ ପକ୍କା ଘର ଦେବାର ଆଧାର କ’ଣ ରିଲେସନ୍ ରଖିଲେ ସିଲେକ୍ସନ୍ କି ? ଇଏ କ’ଣ ମା’କୁ ସମ୍ମାନ ? ୩ ବର୍ଷ ତଳେ ଯାଜପୁର ଜିଲ୍ଲା ଦଶରଥପୁରରେ ଜିଲ୍ଲା ବିଜେଡି ସଭାପତିଙ୍କ ସମ୍ପର୍କୀୟ ଭାଇ ଜଣେ ମହିଳାଙ୍କୁ ପକ୍କା ଘର ଦେବା ନାଁରେ ବଳାତ୍କାର କରିଥିଲେ। ଏହି ଦୁଇଟି ଘଟଣା ବିଜେଡି ଶାସନର ଅସଲ ମୁଖା ଖୋଲି ଦେଇଛି। ଉକ୍ତ ସରପଞ୍ଚଙ୍କୁ ତୁରନ୍ତ ବହିଷ୍କାର କରି ଦଣ୍ଡିତ କରାଯିବା ସହ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।
The post ଇଏ କ’ଣ ମା’କୁ ସମ୍ମାନ : ପ୍ରଦୀପ୍ତ ନାଏକ first appeared on Sambad.
from ରାଜ୍ୟ – Sambad https://ift.tt/3fe2045
0 Comments