
ରାଜନଗର/ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ତାଇ ଥାନା ଗଙ୍ଗାରାମପୁର ପ˚ଚାୟତର ଭେଡିସାହି ଗାଁ ମୁଣ୍ତରୁ ମୃତ ଡଲଫିନ ଉଦ୍ଧାର କରାଯାଇଛି। ‘ପ୍ଲାଟାନିଷ୍ଟା ଗ୍ଲାନଜୋଟିକା’ ନାମକ ଏହି ବିରଳ ପ୍ରଜାତିର ଏହି ଡଲଫିନର କଙ୍କାଳକୁ ସ˚ରକ୍ଷଣ କରି ରଖାଯିବ। ବ୍ୟବଚ୍ଛେଦ ପରେ କଙ୍କାଳକୁ ଫର୍ମାଲିନ ଦିଆଯାଇ ରଖାଯାଇଛି। ଡିଏନ୍ଏ ପରୀକ୍ଷା ପାଇଁ ନମୁନା ନିଆଯାଇଛି। ଆସନ୍ତାକାଲି କଙ୍କାଳକୁ ଭିତରକନିକାର ଡାଙ୍ଗମାଳକୁ ନିଆଯିବ। ଡାଙ୍ଗମାଳଠାରେ ଥିବା ସଂଗ୍ରହାଳୟରେ ଏହା ରଖାଯିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି।
The post ବିରଳ ପ୍ରଜାତିର ମୃତ ଡଲଫିନ ଉଦ୍ଧାର, ସଂଗ୍ରହାଳୟରେ ରହିବ କଙ୍କାଳ first appeared on Sambad.
from ରାଜ୍ୟ – Sambad https://ift.tt/2UYpksY
0 Comments