ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ବାଇକ ଆରୋହୀଙ୍କ ମୃତ୍ୟୁ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡ଼ା ରାସ୍ତାର ଡିମିରିକୁଦା ଗ୍ରାମ ନିକଟସ୍ଥ ପୋଲଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଦ୍ବୟ ରେଢ଼ାଖୋଲ ଏଲଆଇସି କଲୋନୀର ଅଭିଜିତ ପାଣିଗ୍ରାହୀ(୨୭) ଓ ରଥସାହିର ରାମ ଚନ୍ଦ୍ର ପ୍ରଧାନ(୨୬) ବୋଲି ଜଣା ପଡ଼ିଛି।

ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ବାଇକ ଯୋଗେ ରାମ ଚନ୍ଦ୍ର ଓ ଅଭିଜିତ ନାକ୍ଟିଦେଉଳ ପଟୁ ରେଢ଼ାଖୋଲ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଡିମିରିକୁଦା ଗ୍ରାମ ନିକଟସ୍ଥ ପୋଲ ବାଡ଼ରେ ବାଡ଼େଇ ହୋଇ ତଳେ ପଡ଼ିଯାଇଥିଲେ। ଏହା ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଅଜି ସକାଳୁ ପ୍ରାତଃ ଭ୍ରମଣରେ ଯାଉଥିବା କିଛି ଲୋକ ଦୁହିଁଙ୍କୁ ତଳେ ପଡ଼ିଥିବାର ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନଙ୍କ ମୃତ୍ୟୁ ହୋଇସାରିଥିବା ଜାଣି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

The post ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ବାଇକ ଆରୋହୀଙ୍କ ମୃତ୍ୟୁ first appeared on Sambad.



from ରାଜ୍ୟ – Sambad https://ift.tt/3pKe9SS

Post a Comment

0 Comments