
ଲଇକେରା : ବାଗଡିହି ବନବିଭାଗ କାର୍ଯ୍ୟାଳୟ ନିକଟରେ ରାସ୍ତା ପାର ହେଉଥିବା ଏକ ବିରାଟ ଅଜଗର ସାପକୁ ଉଦ୍ଧାର କରି ଜଙ୍ଗଲରେ ଛଡ଼ାଯାଇଛି। ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଲଇକେରା-ବାଗଡ଼ିହି ପିଚୁ ରାସ୍ତା ପାରି ହେଉଥିବା ଏକ ଅଜଗର ସାପକୁ ରାସ୍ତାରେ ଯାତାୟାତ କରୁଥିବା ଜନସାଧାରଣ ଦେଖିବାକୁ ପାଇଥିଲେ।
ନିକଟରେ ଥିବା ବନବିଭାଗର କାର୍ଯ୍ୟାଳୟକୁ ଖବର ଦେବାପରେ ଫରେଷ୍ଟର ବିଶ୍ୱନାଥ ପ୍ରଧାନ, ଫରେଷ୍ଟ ଗାର୍ଡ ସୁରେଶ ତରାଇ, ବିପିନି ସା ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ସାପଟିର ଲମ୍ବ ୮.୫ ଫୁଟ ହୋଇଥିବା ବେଳେ ଓଜନ ପ୍ରାୟ ୨୦ କେଜି। ସାପଟିକୁ ଧରି ବନବିଭାଗର କାର୍ଯ୍ୟାଳୟକୁ ଆଣି ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସାପଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜାଣିବା ପରେ ଅନ୍ଧାରୀ ଘଞ୍ଚ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଫରେଷ୍ଟର୍ ଶ୍ରୀ ପ୍ରଧାନ କହିଛନ୍ତି।
The post ବାଗଡ଼ିହି ନିକଟରୁ ୮ ଫୁଟର ଅଜଗର ଉଦ୍ଧାର first appeared on Sambad.
from ରାଜ୍ୟ – Sambad https://ift.tt/32ljbLS
0 Comments