
ଖଡ଼ିଆଳ : ଫେସ୍ବୁକ୍ରେ ଫେକ୍ ଆକାଉଣ୍ଟ୍ ଖୋଲି ଜଣେ ବ୍ୟକ୍ତି ଦେବଦେବୀଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ୍ କରି ବିବାଦୀୟ ମନ୍ତବ୍ୟ ଦେଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଖଡ଼ିଆଳ ଥାନାରେ ଏକ ମାମଲା ରୁଜୁ ହୋଇଛି। ଖଡ଼ିଆଳ ବ୍ଲକ୍ ବିଛନାପାଲି ଗାଁର ଧନଞ୍ଜୟ ମଲ୍ଲିକଙ୍କ ନାମରେ ଜଣେ ବ୍ୟକ୍ତି ଫେସ୍ବୁକ୍ରେ ଫେକ୍ ଆକାଉଣ୍ଟ୍ ଖୋଲି ଏଭଳି ପୋଷ୍ଟ୍ କରିଥିବା କୁହାଯାଉଛି। ଏ ନେଇ ନିଜେ ଧନଞ୍ଜୟ ମଲ୍ଲିକ, ବଜରଙ୍ଗ ଦଳ ଏବଂ ଆର୍ଏସ୍ଏସ୍ର କର୍ମକର୍ତ୍ତାମାନେ ଖଡ଼ିଆଳ ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ତଦନ୍ତ ପରେ ଜଣେ ବ୍ୟକ୍ତିକୁ ପଚରାଉଚରା ପାଇଁ ଥାନାକୁ ଆଣଥିଲା। କିନ୍ତୁ ସେ ବ୍ୟକ୍ତି ଜଣକ କରୋନା ପଜିଟିଭ୍ ଚିହ୍ନଟ ହେବାରୁ ତାଙ୍କୁ ନୋଟିସ୍ ଦିଆଯାଇଛି ବୋଲି ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି।
The post ଫେସ୍ବୁକ୍ରେ ଦେବଦେବୀଙ୍କ ଅଶ୍ଳୀଳ ଫଟୋ, ଥାନାରେ ମାମଲା first appeared on Sambad.
from ରାଜ୍ୟ – Sambad https://ift.tt/3ldboqO
0 Comments