ଏଆଇପିଏଚ୍‌ ବିଶ୍ବବିଦ୍ୟାଳୟର ଡ. ଧୀରଜ ନନ୍ଦଙ୍କୁ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର

ଭୁବନେଶ୍ବର : ଏଆଇପିଏଚ୍‌ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଡ. ଧୀରଜ କୁମାର ନନ୍ଦଙ୍କୁ ମାଇକ୍ରୋବାୟୋଲୋଜି ସୋସାଇଟି ପକ୍ଷରୁ ଶ୍ରେଷ୍ଠ ଶିକ୍ଷକ ଭାବେ ପୁରସ୍କୃତ କରାଯାଇଛି। ୧୯୯୬ ମସିହାରୁ ଗଢ଼ି ଉଠିଥିବା ଏହି ଅନୁଷ୍ଠାନ ଉକ୍ତ ବିଭାଗରେ ଶିକ୍ଷାଦାନ ଓ ଗବେଷଣା କରୁଥିବା ଯୋଗ୍ୟ ଶିକ୍ଷକମାନଙ୍କୁ ଜାତୀୟ ସ୍ତରରେ ପୁରସ୍କୃତ କରିଆସୁଛି। ଦେଶର ବିଭିନ୍ନ ପ୍ରାନ୍ତରୁ ବରିଷ୍ଠ ଶିକ୍ଷକ ଓ ବୈଜ୍ଞାନିକଙ୍କ ଶିକ୍ଷା ଓ ଗବେଷଣାତ୍ମକ କାର୍ଯ୍ୟକୁ ତର୍ଜମା କରି ଏହି ପୁରସ୍କାର ଦିଆଯାଇଛି।

ଡ. ନନ୍ଦ ୨୦୦୫ ମସିହାରେ ବିଶ୍ବଭାରତୀ ଶାନ୍ତି ନିକେତନ ବିଶ୍ବବିଦ୍ୟାଳୟରୁ ବାୟୋଟେକ୍ନୋଲୋଜିରେ ସ୍ନାତକୋତ୍ତର ପରେ ଦୁଗ୍ଧ ଜାତୀୟ ପଦାର୍ଥରେ ଥିବା ଅଣୁଜୀବ ଉପରେ ଗବେଷଣା କରି ଜାତୀୟ ଦୁଗ୍ଧ ଗବେଷଣା କେନ୍ଦ୍ରରୁ ପିଏଚ୍‌ଡି ଲାଭ କରିଛନ୍ତି। ଦହିରେ ମିଳୁଥିବା ହିତକାରୀ ଲାକ୍ଟୋବ୍ୟାସିଲସ ଜୀବାଣୁ ଉପରେ ଅନୁସନ୍ଧାନ କରି ସେ ପିଏଚ୍‌ଡି ଲାଭ କରିଛନ୍ତି। ପରବର୍ତୀ ସମରେ ସେ ନାନୋ ଟେକ୍ନୋଲୋଜି ଉପରେ କାର୍ଯ୍ୟ କରି ଗୋଲ୍‌ଡ ନାନୋ ପାର୍ଟିକିଲ୍‌ର ବ୍ୟବହାର ଉପରେ ପ୍ୟାଟେଣ୍ଟ ପ୍ରସ୍ତୁତ କରିଛନ୍ତି। ଡ. ନନ୍ଦଙ୍କର ୨୦ରୁ ଅଧିକ ଅନୁସନ୍ଧାନ ପ୍ରବନ୍ଧ ପ୍ରକାଶ ପାଇଛି। ସଂପ୍ରତି ସେ ମାଇକ୍ରୋବାୟୋଲୋଜି ସୋସାଇଟି ଓଡ଼ିଶାର ସଂଯୋଜକ ଭାବେ କାର୍ଯ୍ୟ କରୁଛନ୍ତି।

The post ଏଆଇପିଏଚ୍‌ ବିଶ୍ବବିଦ୍ୟାଳୟର ଡ. ଧୀରଜ ନନ୍ଦଙ୍କୁ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର first appeared on Sambad.



from ରାଜ୍ୟ – Sambad https://ift.tt/2Ict3jR

Post a Comment

0 Comments