
ଭୁବନେଶ୍ୱର : ଭିଜିଲାନ୍ସ ତଦନ୍ତ କରିବା ବେଳେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅଭୟଙ୍କ ପୁଅ ଆକାଶ ପାଠକ ଟାଟା ମୋଟର୍ସରେ ଚାକିରି ଦେବାକୁ କହି ଠକେଇ କରୁଥିଲା। ତା ନାଁରେ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଟାଟା ମୋଟର୍ସରେ ନିଯୁକ୍ତି ଦିଆଯିବା ନେଇ ଆକାଶ ଅନଲାଇନ୍ ବିଜ୍ଞାପନ ଦେଇଥିଲା। ନିଜକୁ ଟାଟା ମୋଟର୍ସ ଟ୍ରାନ୍ସପୋର୍ଟ ଡିଭିଜନର ଏମ୍ଡି କହି ଲୋକଙ୍କୁ ଠକୁଥିଲା। ଟାଟା ମୋଟର୍ସ ଲୋଗୋକୁ ନକଲ କରିବା ସହ ଜାଲ୍ ଇ-ମେଲ୍ ଆଇଡି ତିଆରି କରିଥିଲା। ଲକ୍ଡାଉନରେ ବେକାରୀ ଶିକ୍ଷିତମାନଙ୍କୁ ରୋଜଗାର ସ୍ବପ୍ନ ଦେଖାଇଥିଲା ଆକାଶ। ଆଶାୟୀମାନେ ଜାଲ୍ ଇ-ମେଲରେ ଆବେଦନ କରିଥିଲେ। ଏଥିପାଇଁ ଆକାଶ ଆଶାୟୀମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିଲା। ଟାଟା ମୋଟର୍ସ କର୍ତୃପକ୍ଷ ଏ କଥା ଜାଣିବା ପରେ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ଗତ ମେ’ ମାସରେ ଅଭିଯୋଗ କରିଥିଲେ। ସାଇବର ଥାନା ଆଇଟି ଆକ୍ଟ ସହ ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିବା ଜଣେ ଅଧିକାରୀ କହିଛନ୍ତି। ମେ’ ମାସରୁ ମାମଲା ରୁଜୁ ହୋଇଥିଲେ ମଧ୍ୟ ଏ ଯାଏ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା ତାକୁ ନେଇ ଉଠିଛି ପ୍ରଶ୍ନ।
ଆକାଶ ବରିଷ୍ଠ ଆଇଏଫ୍ଏସ୍ ଅଫିସରଙ୍କ ପୁଅ ହୋଇଥିବାରୁ କ୍ରାଇମବ୍ରାଞ୍ଚ ଉପରେ ଚାପ ରହିଥିଲା କି ବୋଲି ପ୍ରଶ୍ନ ଉଠୁଛି। ସେହିଭଳି ସେ ଜଣେ ବିଧାୟକଙ୍କ ଝିଅ ସହ ପ୍ରେମ ସମ୍ପର୍କରେ ଥିବାରୁ କ୍ରାଇମ୍ବ୍ରାଞ୍ଚ ଚାପରେ ପଡିଥିଲା ବୋଲି ଚର୍ଚ୍ଚା ହେଉଛି। ତେଣୁ ଏଭଳି ଆକାଶର ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
The post ଟାଟା ମୋଟର୍ସ ନାଁରେ ଅଭୟଙ୍କ ପୁଅ ଆକାଶ ବି ଲୁଟୁଥିଲା first appeared on Sambad.
from ରାଜ୍ୟ – Sambad https://ift.tt/2KGRYgB
0 Comments