ଯାଜପୁର ଜିଲ୍ଲାରେ ୯ଟି ଔଷଧ ଦୋକାନକୁ କରୋନା ଔଷଧ ବିକ୍ରି ଅନୁମତି

ଯାଜପୁର: ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଉଦ୍ୟମ କରାଯାଉଛି। ତଥାପି ଜୀବନ ରକ୍ଷା କରିବାରେ ସମସ୍ୟା ସୃଷ୍ଟି ହେଉଛି। ଏଯାବତ୍ କରୋନା ପ୍ରତିଷେଧକ ନଥିବାରୁ ଲୋକଙ୍କ ମନରେ ଏବେବି କରୋନାକୁ ନେଇ ଭୟ ରହିଛି। ତେବେ ଧୀରେଧୀରେ କରୋନା ଟିକା ସହ ଏହାର ଔଷଧ ବଜାରକୁ ଆସିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ଲୋକମାନଙ୍କ ମନରେ ଏକ ପ୍ରକାର ଆଶ୍ବସ୍ତି ଲାଭ କରିଛନ୍ତି। ତେବେ ଏଥିପାଇଁ ଜିଲ୍ଲାର ୯ ଟି ଔଷଧ ଦୋକାନରେ କରୋନା ରୋଗୀଙ୍କ ପାଇଁ ଫେଭିପିରାଭିର ବଟିକା ଓ ରେମଡିସିଭର ଇଞ୍ଜେକସନ୍ ଉପଲବ୍ଧ ହେବ। ଏନେଇ ଡାଇରେକ୍ଟଟର ଅଫ୍ ଡଗ୍ରସ୍ କଣ୍ଟ୍ରୋଲର ପକ୍ଷରୁ ସୂଚନା ମିଳିଛି। ଏହି ଇଞ୍ଜେକସନ୍ ଓ ବଟିକାକୁ କରୋନା ରୋଗୀ କିମ୍ବା ତାଙ୍କ ସଂର୍ପକୀୟ କରୋନା ଗାଇଡ ଲାଇନ ଅନୁସାରେ କିଣିପାରିବେ।

ତେବେ ଏହି ଔଷଧ କିଣିବାକୁ ହେଲେ ଦୋକାନୀଙ୍କୁ ପ୍ରମାଣ ପତ୍ର ଦେଖାଇବାକୁ ଜରୁରୀ। ଏଥି ସହ ‌ଔଷଧ କିଣିବାକୁ ହେଲେ ବିଶେଷଜ୍ଞ ଡାଙ୍କର ପ୍ରେକସିପସନ୍, ରହୁଥିବା ସ୍ଥାନର ପ୍ରମାଣ ପତ୍ର ଓ ଯୋଗାଯୋଗ ନଂ ଦେବାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ସପ୍ତାହରେ ଥରେ ଏହି ଔଷଧ ବିକ୍ରି ହେଉଥିବା ଦୋକାନର କିଣାବିକା ଯାଞ୍ଚ କରାଯିବ। ତେବେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପାଇଁ ୯ ଟି ଦୋକାନକୁ ଅନୁମତି ମିଳିଛି। ଯାହାକି ଗୋଟିଏ ଅଞ୍ଚଳରେ ଗୋଟିଏ ଦୋକାନ ରହିଛି। ସୁକିନ୍ଦା ବ୍ଲକ କାଲିଆପାଣି ଅଞ୍ଚଳ ପାଇଁ ଶିବଶକ୍ତି ମେଡିସନ୍ ଷ୍ଟୋର,ଦାନଗଦି ବ୍ଲକର ସତ୍ୟମ୍ ଡ୍ରଗ୍ସ,ଯାଜପୁର ରୋଡରେ ପ୍ରଭା ମେଡିସିନ ଷ୍ଟୋର ଏବଂ ଓମ ମା ଫ‌ାର୍ମାସିଟିକାଲ,କୁଆଖିଆର ପ୍ରଭା ମେଡିକାଲ ଷ୍ଟୋର, ଦଶରଥପୁରର ଉଷା ମେଡିସନ୍, ଯାଜପୁରଟାଉନର ବଂଶିତା ମେଡିସନ ଷ୍ଟୋର,ଛତିଆର ବିଭୂତି ଔଷଧାଳୟ ଓ ବାଲିଚନ୍ଦ୍ରପୁରର ସରସ୍ବତୀ ଡ୍ରଗ୍ସ ହାଉସକୁ ଏହି ଅନୁମତି ପ୍ରଦାନ କରାଯାଇଛି।

The Conversation

ଅନ୍ୟ ପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାରମ୍ଭିକ କରୋନା ଟିକା ପ୍ରଦାନ ପାଇଁ ୧୦ ହଜାର ୩୯୦ ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ହେଲଥ ୱାର୍କର, ଅଙ୍ଗନୱାଡି କର୍ମୀ ଏବଂ ଘରୋଇ ମ‌େଡିକାଲ ,ନର୍ସି ହୋମର କର୍ମଚାରୀଙ୍କୁ ଏହା ପ୍ରଦାନ କରାଯିବାକୁ ସ୍ଥିର ହୋଇଛି। ସେଥିପାଇଁ ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ ଏକ ତାଲିକା ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଜିଲ୍ଲାରେ ୪୮୨୮ ଜଣ ହେଲଥ ୱାର୍କର, ୫୫୬୪ ଜଣ ଅଙ୍ଗନୱାଡି ଓ ଆଶା କର୍ମୀ, ଜିଲ୍ଲାରେ ଥିବ‌ା ୫୯ ଟି ନର୍ସି ହୋମ କର୍ମଚାରୀଙ୍କୁ ଏହି ଟିକା ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି। ତେବେ ଏନେଇ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରଠୋର କହିଛନ୍ତି ଜିଲ୍ଲାରେ କରୋନା ଗ୍ରାଫ୍ ନିୟନ୍ତ୍ରଣକୁ ଆସିଛି। ଜିଲ୍ଲାରେ କୋଭିଡ୍ ବନ୍ଧୁ, ଫିଭର କ୍ଲିନିକ ଯୋଗୁ ସୁଫଳ ମିଳିଛି। ତେବେ କରୋନା ଟୀକା ଓ ମେଡିସିନ୍ ବିକ୍ରି ସଂପର୍କରେ ରାଜ୍ୟ ସରକାରଙ୍କ ଠାରୁ ପରବର୍ତୀ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକ୍ରମ ଗ୍ରହଣ କରାଯିବ।

The post ଯାଜପୁର ଜିଲ୍ଲାରେ ୯ଟି ଔଷଧ ଦୋକାନକୁ କରୋନା ଔଷଧ ବିକ୍ରି ଅନୁମତି first appeared on Sambad.



from ରାଜ୍ୟ – Sambad https://ift.tt/2TY4iuf

Post a Comment

0 Comments