
ଭୁବନେଶ୍ବର : ରାଜ୍ୟର ୬ଟି ବିଶ୍ବବିଦ୍ୟାଳୟ କୁଳପତି ଚୟନ ଶେଷ ହେବା କ୍ଷଣି ରେଭେନ୍ସା, ସମ୍ବଲପୁର ଓ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ କୁଳପତି ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୩ ମାସ ମଧ୍ୟରେ ଉକ୍ତ ୩ଟି ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ତା’ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କୁଳପତି ପଦ ପାଇଁ ଆବେଦନ କରିବାକୁ ହେଲେ ଜଣେ ପ୍ରଫେସରଙ୍କର ୨୦୨୧ ଜାନୁଆରି ପହିଲା ସୁଦ୍ଧା ସର୍ବାଧିକ ବୟସ ସୀମା ୬୩ ବର୍ଷ ହୋଇଥିବା ଆବଶ୍ୟକ। ଆବେଦନକାରୀ ପ୍ରଫେସରଙ୍କର ଉଭୟ ଏକାଡେମିକ ଓ ପ୍ରଶାସନିକ ଅଭିଜ୍ଞତା ରହିଥିବ। ଦେଶର କୌଣସି ବିଶ୍ବବିଦ୍ୟାଳୟ ବ୍ୟବସ୍ଥା ତଥା ସମତୁଲ କ୍ଷେତ୍ର ଯଥା ଗବେଷଣା ଅନୁଷ୍ଠାନ ତଥା ଏକାଡେମିକ ଅର୍ଗାନାଇଜସେନ୍ରେ ୧୦ ବର୍ଷର ଅଭିଜ୍ଞତା ଥିବା ଦରକାର।
କୁଳପତି ଭାବେ କାର୍ଯ୍ୟରେ ଯୋଗଦେବା ଦିନରୁ ୪ ବର୍ଷ ପର୍ଯ୍ୟନ୍ତ ନ ହେଲେ ୬୭ ବର୍ଷ ବୟସ ଯାଏ ପଦରେ ରହିପାରିବେ। ଆଶାୟୀ ପ୍ରଫେସରମାନେ ପିଡିଏଫ୍ ଫର୍ମାଟ୍ରେ hedsec@nic.in ମେଲ୍ରେ ଆବେଦନ କରିପାରିବେ। ସମସ୍ତ ଡକ୍ୟୁମେଣ୍ଟ ସହ ଆବେଦନପତ୍ରର ଗୋଟିଏ ସେଟ୍ ହାର୍ଡକପି ନିର୍ଦ୍ଧାରିତ ସମୟ ସୁଦ୍ଧା ସ୍ପିଡ୍ ପୋଷ୍ଟରେ ପହଞ୍ଚିବା ଆବଶ୍ୟକ। ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍ www.dheodisha.gov.in ସମେତ ସମ୍ପୃକ୍ତ ବିଶ୍ବବିଦ୍ୟାଳୟ ୱେବସାଇଟ୍ https://ift.tt/1JHjiUQ, www.suniv.ac.in, www.osou.ac.in ରୁ ପ୍ରାର୍ଥୀମାନେ ଆବେଦନପତ୍ର ଡାଉନ୍ଲୋଡ୍ କରିପାରିବେ। ଡିସେମ୍ବର ୨୧ ସୁଦ୍ଧା ଆବେଦନପତ୍ର ପହଞ୍ଚିବା ଆବଶ୍ୟକ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
ସେହିପରି ଭୁବନେଶ୍ବରଠାରେ ଫିଜିକାଲ୍ ମୋଡ୍ରେ ୩ ଜଣିଆ ଚୟନ କମିଟି ଦ୍ବାରା ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସରଙ୍କ ସାକ୍ଷାତକାର ନିଆଯିବ। ଏହାପରେ ଚୟନ କମିଟି ଦ୍ବାରା ଚିହ୍ନଟ ହୋଇଥିବା ୩ ଜଣ ପ୍ରଫେସରଙ୍କ ନାମ ତାଲିକା ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ସେମାନଙ୍କ ମଧ୍ୟରୁ ଜଣଙ୍କୁ କୁଳାଧିପତି ତଥା ରାଜ୍ୟପାଳ ଜଣଙ୍କୁ କୁଳପତି ଭାବେ ମନୋନୀତ କରିବେ।
The post ରେଭେନ୍ସା, ସମ୍ବଲପୁର, ଓଏସ୍ଓୟୁରେ ନିଯୁକ୍ତ ହେବେ ନୂତନ କୁଳପତି, ଡିସେମ୍ବର ୨୧ ଯାଏ ଆବେଦନ first appeared on Sambad.
from ରାଜ୍ୟ – Sambad https://ift.tt/39dIIe4
0 Comments