ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ବ୍ଲକ ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇ ମୃତ

ଲାଠିକଟା: ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ବ୍ଲକ ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ଜୀଵନ ଯାଇଥିବା ଜଣାପଡ଼ିଛି। ଆଜି ସକାଳେ ମଲଙ୍ଗା ଗ୍ରାମର ଗାନ୍ଦୁରୁ ଓରାମ ସକାଳୁ ନିଜ ଘର ନିକଟସ୍ଥ ବଗିଚାରେ କାମ କରୁଥିବା ବେଳେ ଏକ ଦନ୍ତାହାତୀ ତାଙ୍କୁ ଟେକି କଚାଡ଼ି  ମାରିଦେଇଥିଲା।

ଦ୍ବିତୀୟ ଘଟଣାଟି ଘଟିଛି କନରସୁଆଁ ଗ୍ରାମରେ। ଉକ୍ତ ଗ୍ରାମର କାର୍ତ୍ତିକ ଭୂମିଜ (୬୫) ଶୌଚ ହେବାକୁ ଯାଇଥିବା ବେଳେ ହାତୀ ହାଵୁଡ଼ରେ ପଡ଼ି ଯାଇଥିଲେ। ଗୋଟିଏ ହାତୀ ତାଙ୍କୁ ଟେକି କଚାଡ଼ି ଦେଇଥିଲା। ଏହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

The post ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ବ୍ଲକ ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇ ମୃତ first appeared on Sambad.



from ରାଜ୍ୟ – Sambad https://ift.tt/3lMeDFJ

Post a Comment

0 Comments